ନିର୍ବାଚନ ଜିତିଲେ ଆତଙ୍କବାଦୀ ଏବଂ ଦେଶ ଦ୍ରୋହୀ: ଜେଲରେ ଥାଇ ହେଲେ ସାଂସଦ, ସିଂସଦକୁ ଯିବାପାଇଁ ମିଳିବ କି ମୌକା
Lok Sabha Election 2024 Result: ଏଥର ଲୋକସଭା ନିର୍ବାଚନରେ ଅନେକ ବରିଷ୍ଠ ନେତା ହାରି ଜାଇଥିବା ବେଳେ ସାଧାରଣ ଲୋକ ମାରିଛନ୍ତି ବାଜି । ହେଲେ ଚର୍ଚ୍ଚାର ବିଷୟ ହେଉଛି ଆତଙ୍କବାଦ ଅଭିଯୋଗରେ ଜେଲରେ ଥିବା ଦୁଇ ବ୍ୟକ୍ତି ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଆମେ ଅମୃତପାଲ ସିଂ ଏବଂ ଶେଖ ଅବଦୁଲ ରସିଦଙ୍କ ବିଷୟରେ ଆଲୋଚନା କରୁଛି ।
ପଞ୍ଜାବର ଖଡୁର ସାହେବ ଲୋକସଭା ଆସନରୁ ଅମୃତପାଲ ସିଂ ଜିତିଥିବାବେଳେ କାଶ୍ମୀର ଉପତ୍ୟକାର ବାରାମୁଲ୍ଲା ଠାରୁ ଶେଖ ଅବଦୁଲ ରସିଦ ନିର୍ବାଚନ ଜିତିଛନ୍ତି। ସେମାନଙ୍କ ବିଜୟକୁ ନେଇ ଆଲୋଚନା ହେଉଛି, ହେଲେ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହି ଦୁଇଜଣ ଶପଥ ଗ୍ରହଣ କରି ପାରିବେ କି ? ସେହିପରି ସେମାନେ ସଂସଦରେ ଅଂଶଗ୍ରହଣ କରିପାରିବେ କି?
ପିଟିଆଇ ରିପୋର୍ଟ ଅନୁଯାୟୀ, ଯଦିଓ ଅମୃତପାଲ ସିଂ ଏବଂ ଶେଖ ଅବଦୁଲ ରସିଦଙ୍କୁ 18 ତମ ଲୋକସଭାର ପ୍ରକ୍ରିୟାରେ ଭାଗ ନେବାକୁ ବାରଣ କରାଯାଇଛି, ତଥାପି ସେମାନଙ୍କର ସଂସଦର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାର ସାମ୍ବିଧାନିକ ଅଧିକାର ରହିଛି । ଏବେ ପ୍ରଶ୍ନ ଉଠୁଛି ଉଭୟ ସାଂସଦ ଭାବେ ଶପଥ ଗ୍ରହଣ କରିବାକୁ ସକ୍ଷମ କି? ଜୁନ୍ 4 ରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରିପୋର୍ଟ ଅନୁସାରେ ।

ଜେଲରେ ଥିବା ଶିଖ ଧର୍ମଗୁରୁ ଅମୃତପାଲ ସିଂ ଖଡୁର ସାହେବ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିବାବେଳେ ଇଞ୍ଜିନିୟର ରସିଦ ଭାବରେ ଜଣାଶୁଣା ଶେଖ ଅବଦୁଲ ରସିଦ ମଧ୍ୟ କାଶ୍ମୀରର ବାରାମୁଲାରେ ଜିତିଥିଲେ। ଆତଙ୍କବାଦୀ ପାଣ୍ଠି ଅଭିଯୋଗରେ ଇଞ୍ଜିନିୟର ରସିଦ ଅଗଷ୍ଟ 9, 2019 ଠାରୁ ତିହାର ଜେଲରେ ରହିଛନ୍ତି। ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ସେ ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି।
ସାମ୍ବିଧାନିକ ବିଶେଷଜ୍ଞ ତଥା ପୂର୍ବତନ ଲୋକସଭାର ସାଧାରଣ ସମ୍ପାଦକ ପିଡିଟି ଅଚାରୀ କହିଛନ୍ତି ଯେ, ନିର୍ବାଚନରେ ଜିତିବା ପରେ ଶପଥ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର, କିନ୍ତୁ ଯଦି ବିଜେତା ଜେଲରେ ଅଛନ୍ତି, ତେବେ ଶପଥ ଗ୍ରହଣ ସମାରୋହରେ ତାଙ୍କୁ ସଂସଦକୁ ନେବାକୁ କର୍ତ୍ତୃପକ୍ଷଙ୍କୁ କହିବା ଉଚିତ୍।
ଶପଥ ନେବା ପରେ ତାଙ୍କୁ ପୁଣି ଜେଲରେ ପଠାଯିବା ଉଚିତ୍ । ଏହି ବ୍ୟବସ୍ଥାକୁ ଆହୁରି ସ୍ପଷ୍ଟ କରି ସେ ସମ୍ବିଧାନର ଧାରା 101 (4) କୁ ଉଲ୍ଲେଖ କରିଛନ୍ତି, ଶପଥ ଗ୍ରହଣ ସମାରୋହ ପରେ ବାଚସ୍ପତିଙ୍କୁ ତାଙ୍କ ଗୃହରୁ ଅନୁପସ୍ଥିତି ସମ୍ପର୍କରେ ଅବଗତ କରାଯିବ। ଏହା ପରେ ବାଚସ୍ପତି ଗୃହରେ ଯୋଗଦେବାରେ ତାଙ୍କର ଅକ୍ଷମତା ସମ୍ପର୍କରେ କମିଟିକୁ ସୂଚନା ଦେବେ। ଯାହା ପରେ ସଂସଦରେ ଉଭୟ ଉପସ୍ଥିତ ରହିବା ଉଚିତ କି ? ଏନେଇ ଏକ ଭୋଟଂ ହେବା ପରେ ନିଷ୍ପତ୍ତି ନିଆଯିବ ।
ଯଦି ଇଞ୍ଜିନିୟର ରସିଦ କିମ୍ବା ସିଂ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ମଧ୍ୟ ଦିଆଯାଏ,ଏବଂ ସେମାନେ ଲୋକସଭାରେ ନିଜର ଆସନ ହରାଇବେ, କାରଣ 2013 ସୁପ୍ରିମକୋର୍ଟଙ୍କ ରାୟରେ କୁହାଯାଇଛି ଯେ ଏଭଳି ସାଂସଦ ଏବଂ ବିଧାୟକମାନେ ଅଯୋଗ୍ୟ । ତେବେ, ଏହି ନିଷ୍ପତ୍ତି ଲୋକ ପ୍ରତିନିଧୀ ଅଧିନିୟମର ଧାରା 8 (4) କୁ ହଟାଇ ଦେଇଛି, ଯେଉଁଥିରେ ଦୋଷୀ ସାଂସଦ ଏବଂ ବିଧାୟକମାନଙ୍କୁ ସେମାନଙ୍କ ଦୋଷ ବିରୋଧରେ ଆବେଦନ କରିବାକୁ ତିନିମାସ ସମୟ ଦିଆଯାଏ ।












Click it and Unblock the Notifications