ଲୋକସଭା ନିର୍ବାଚନ ୨୦୨୪: 'ରାହୁଲ ଗାନ୍ଧି ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ'
Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ଏହି କଥା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏଥିସହିତ ୨୬ ବିରୋଧୀ ଦଳଙ୍କ ମେଣ୍ଟ ସହ ବିଚାର ବିମର୍ଶ କରି ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୋଦିଙ୍କୁ ନେଇ ପ୍ରତିକ୍ରିୟା ଦେବା ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଅହଙ୍କାରୀ ନ ହେବା ଉଚିତ୍ । ୨୦୧୪ରେ ସେ କେବଳ ୩୧ ପ୍ରତିଶତ ଭୋଟ୍ ପାଇଥିଲେ । ବାକି ୬୯ ପ୍ରତିଶତ ଭୋଟ୍ ତାଙ୍କ ବିରୋଧରେ ଯାଇଥିଲା । ଗତ ମାସରେ ଯେତେବେଳେ ବିରୋଧୀ ଦଳମାନଙ୍କ ବୈଠକ ହେଇଥିଲା, ସେତେବେଳେ ଏନଡିଏ ଡରି ଯାଇଥିଲା ବୋଲି ଗେହଲଟ କହିଛନ୍ତି । ତେବେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ୫୦ ପ୍ରତିଶତ ଭୋଟ୍ କେବେ ବି ହାତେଇ ପାରିବନି ବୋଲି ଗେହଲଟ୍ କହିଛନ୍ତି ।
ଗେହଲଟ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୫୦% ଭୋଟ୍ ପାଇବା ପାଇଁ ଉଦ୍ୟମ କରୁଛି ବୋଲି କୁହାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେହି ସଫଳତା ମିଳିବ ନାହିଁ । ଯେତେବେଳେ ମୋଦି ଲୋକପ୍ରିୟତାର ଶୀର୍ଷରେ ଥିଲେ, ସେତେବେଳେ ସେ ୫୦% ଭୋଟ୍ ହାତେଇ ପାରି ନଥିଲେ । ୨୦୨୪ ନିର୍ବାଚନରେ ସେମାନଙ୍କ ଭୋଟ୍ ହାର ହ୍ରାସ ପାଇବ । ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ କିଏ ପ୍ରଧାନମନ୍ତ୍ରୀ ହେବ ।












Click it and Unblock the Notifications