ବାଜିଲା ନିର୍ବାଚନୀ ବିଗୁଲ: ଏହି ତାରିଖରେ ହେବ ମତଦାନ,୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ, ଜୁନ୍ ୪ରେ ଆସିବ ରେଜଲ୍ଟ
Lok Sabha Election 2024: ବାଜିଲା ନିର୍ବାଚନୀ ବିଗୁଲ । ୭ଟି ପର୍ଯ୍ୟାୟରେ ହେବ ସାରା ଦେଶରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଏବଂ ଜୁନ୍ ୧ ତାରିଖରେ ଶେଷ ହେବ ।
Schedule for General Elections to Lok Sabha 2024
Phase 1#GeneralElections2024 #MCC pic.twitter.com/IglWUjkcSK
— Election Commission of India (@ECISVEEP) March 16, 2024
ସେହିପରି ଜୁନ୍ ୪ ତାରିଖରେ ଭୋଟ ଗଣତି ହେବା ସହ ସମାନ ଦିନରେ ପ୍ରକାଶ ପାଇବ ନିର୍ବାଚନା ଫଳାଫଳ । ଏନେଇ ଆଜି ନିର୍ବାଚନ କମିସନର ଘୋଷଣା କରିଛନ୍ତି ।

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ ମତଦାନ, ୩ୟ ପର୍ଯ୍ୟାୟ ମତଦାନ ମେ ୭ ତାରିଖରେ, ଚତୁର୍ଥ ପର୍ଯ୍ୟାୟ ମତଦାନ ମେ'୧୩, ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୨୦, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୨୫ ତାରିଖରେ ଏବଂ ଶେଷରେ ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ୧ ତାରିଖରେ ହେବ । ଜୁନ୍ ୪ ତାରିଖ ମଙ୍ଗବାର ଦିନ ସାରା ଦେଶରେ ଲୋକସଭା ଏବଂ ବିଧାନସଭା ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ ।
Schedule for General Elections to Lok Sabha 2024
Phase 6#GeneralElections2024 #MCC pic.twitter.com/lZqkiDqr9L
— Election Commission of India (@ECISVEEP) March 16, 2024
ସୂଚନାଥାଉ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି ।
Schedule for General Elections to Lok Sabha 2024
Phase 7#GeneralElections2024 #MCC pic.twitter.com/QHtvO4IX7j
— Election Commission of India (@ECISVEEP) March 16, 2024
ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର । ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍ ପ୍ରସ୍ତୁତ ରହିଛି ।












Click it and Unblock the Notifications