Lok Sabha Election: ଭୋଟରମାନଙ୍କୁ ସେମାନଙ୍କର ମତାଧିକର କରିବାକୁ ଏବଂ ନୂତନ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସାରା ଦେଶର ମତଦାତାମାନଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଭୋଟିଙ୍ଗର ନୂଆ ରେକର୍ଡ ସୃଷ୍ଟି କରନ୍ତୁ ।

ମୋଦି ସୋସିଆଲ ମିଡିଆରେ ଲେଖୁଛନ୍ତି ଯେ, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜିଠାରୁ ଆରମ୍ଭ ହେଉଛି ! ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ମୁଁ ଏହି ସମସ୍ତ ଆସନଗୁଡିକର ଭୋଟରମାନଙ୍କୁ ସେମାନଙ୍କର ମତାଧିକର ବ୍ୟବହାର କରିବାକୁ ଏବଂ ଏକ ନୂତନ ଭୋଟ୍ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି । ମୋର ଯୁବ ବନ୍ଧୁମାନଙ୍କୁ ମୋର ଏକ ବିଶେଷ ନିବେଦନ ଅଛି ଯେଉଁମାନେ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଛନ୍ତି, ସେମାନେ ବହୁ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଗଣତନ୍ତ୍ରରେ, ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।

ଦେଶର ୨୧ଟି ରାଜ୍ୟରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ସିଟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି ।

2024

ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ ଟା ଯାଏଁ ଚାଲିବ ।
୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ଚାଲିଛି ।

ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୋଓ୍ବାଲ, ଭୂପେନ୍ଦ୍ର ଯାଦବ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌, କଂଗ୍ରେସର ଗୌରବ ଗୋଗୋଇ, ଡିଏମ୍‌କେର କାନିମୋଝି ଏବଂ ଭାଜପାର କେ.ଆନ୍ନାମଲାଇ।
ଲୋକ ସଭା ନିର୍ବାଚନ ସହ ଶୁକ୍ରବାର ଅରୁଣାଚଳପ୍ରଦେଶ ବିଧାନସଭାର ୬୦ ଆସନ ଏବଂ ସିକିମ୍‌ର ୩୨ ବିଧାନସଭା ଆସନ ପାଇଁ ଏକସଙ୍ଗେ ମତଦାନ ଚାଲିଛି ।୧.୮୭ ଲକ୍ଷ ଭୋଟଦାନ କେନ୍ଦ୍ରରେ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+