ମତଦାନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ବିଶିଷ୍ଟ ରେଜନେତା

Lok Sabha Election 2024 Phase 6: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ଏହାରି ମଧ୍ୟରେ ରାଷ୍ଟ୍ରପତି ଦୌପତୀ ମୁର୍ମୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମତଦାନ କରିଛନ୍ତି । ରାଷ୍ଟ୍ରପତି ଦୌପତୀ ମୁର୍ମୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଜୟଶଙ୍କର, କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର, ସୋନିଆ ଗାନ୍ଧୀ ଦେଇଛନ୍ତି ଭୋଟ୍ ।


ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭୋଟ୍ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ତାଙ୍କ ପତ୍ନୀ ସୁମନଙ୍କ ସହ ନାରାୟଣଗଡର ନିଜ ଗାଁ ମିର୍ଜାପୁରରେ ଭୋଟ୍ ଦେଇଛନ୍ତି। ଏହା ବ୍ୟତୀତ ପୂର୍ବତନ ଡେପୁଟି ସିଏମ୍ ଦୁଶନ୍ତ ଚୈତନ୍ୟ ତାଙ୍କ ପରିବାର ସହିତ ସିର୍ସର ଏକ ମତଦାନ ବୁଥରେ ଭୋଟ୍ ଦେଇଥିଲେ। କୁରୁକ୍ଷେତ୍ର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ତାଙ୍କ ପତ୍ନୀଙ୍କ ସହ ଭୋଟ୍ ଦେଇଛନ୍ତି। ସିର୍ସା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅଶୋକ ତନୱାର ମଧ୍ୟ ତାଙ୍କ ପରିବାର ସହିତ ଭୋଟ୍ ଦେଇଛନ୍ତି।

Lok Sabha Election 2024

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ରାଜୀବ ଭଦ୍ରା ଏବଂ ଝିଅ ମୀରା ଭଦ୍ରା ମଧ୍ୟ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ରେହାନ୍ ରାଜୀବ ଭଦ୍ରା କହିଛନ୍ତି, "ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ସମ୍ବିଧାନକୁ ବଞ୍ଚାଇବାକୁ ଏବଂ ସକରାତ୍ମକ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ମୁଁ ସମସ୍ତ ଯୁବକଙ୍କୁ ଅନୁରୋଧ କରୁଛି। "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+