ଲୋକସଭା ନିର୍ବାଚନ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, କହିଲେ 'ସକ୍ରିୟ ମତଦାନ ଦ୍ୱାରା ଉତ୍ସାବ ଅଧିକ ବଢିବ'
ଲୋକସଭା ନିର୍ବାଚନ 2024 ପର୍ଯ୍ୟାୟ 3: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅହମ୍ମଦାବାଦର ନିଶାନ ହାୟର ସେକେଣ୍ତାରୀ ସ୍କୁଲ ବୁଥରେ ଭୋଟଦେଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ରେକର୍ଡ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ୍ କରିଛନ୍ତି ମୋଦି । ମତସାବ୍ୟସ୍ତ କରିବା ପରେ ମୋଦୀ କହିଛନ୍ତି, ସକ୍ରିୟ ମତଦାନ ଦ୍ୱାରା ଉତ୍ସାବ ଅଧିକ ବଢିବ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ମୁଁ ଦେଶବାସୀଙ୍କୁ ବିଶେଷ ଭାବରେ ଜଣାଇବା ପାଇଁ ଚାହିଁବି ଯେ, ଗଣତନ୍ତ୍ରରେ ଭୋଟ୍ ଦେବା ଏକ ସାମାନ୍ୟ ଦାନ ନୁହେଁ । ଆମ ଦେଶରେ ଦାନର ଏକ ଗୁରୁତ୍ୱ ରହିଛି ।
#WATCH | Ahmedabad, Gujarat: After casting his vote, PM Modi says, "Today is the third phase of voting. There is great importance of 'Daan' in our country and in the same spirit, the countrymen should vote as much as possible. 4 rounds of voting are still ahead. As a voter in… pic.twitter.com/K4svEIanmQ
— ANI (@ANI) May 7, 2024
ସେ ଆହୁରି କହିଛନ୍ତି, ଦେଶବାସୀ ଯଥାସମ୍ଭବ ଭୋଟ୍ ଦେବା ଉଚିତ୍। ତିନି ସପ୍ତାହ ଧରି ନିର୍ବାଚନ ପ୍ରଚାର ଜାରି ରହିବ, ଚାରି ରାଉଣ୍ଡ ଭୋଟ୍ ଆଗକୁ ରହିଛି। ମୁଁ ଗୁଜୁରାଟର ଭୋଟର ଏବଂ ଉତ୍ସାହର ସହିତ ଭୋଟ୍ ଦେଉଥିବା ଦେଶବାସୀଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

ସେପଟେ ଭୋଟ୍ ଦେଲେ ବିଜେପି ନେତା ଶାହନୱାଜ ହୁସେନ୍ । ମତଦାନ କରିବା ପରେ ସେ କହିଛନ୍ତି, ମୁଁ ପାଣି ନ ଭୋଟ ଦେଇଛି । ଏହି ଭୋଟ୍ ଭାରତକୁ ଶକ୍ତି ଦେବ, ଏହି ଭୋଟ୍ ଭାରତର ଗଣତନ୍ତ୍ରକୁ ମଜବୁତ କରିବ । ଏହି ଭୋଟ୍ ଦେଶକୁ ମଜବୁତ କରିବ । ମୋର ଆବେଦନ ହେଉଛି ଘରୁ ବାହାରକୁ ଯାଇ ନିଜ ମତଦାନ କରନ୍ତୁ ।
ସୂଚନାଥାଉ ଯେ, ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେବ ।
ଏଥର ବହୁ ହେବିୱେଟ୍ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱରଙ୍କ ଝିଅ ସୁପ୍ରିୟା ସୁଲେ, ଅଖିଳେଶ ଯାଦଙ୍କ ପତ୍ନୀ ଡିମ୍ପଲ ପ୍ରମୁଖଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର












Click it and Unblock the Notifications