ସକାଳ ୯ଟା ସୁଦ୍ଧା ୧୦.୫୭% ମତଦାନ
Lok Sabha Election 2024: ଆଜି ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୧୦.୫୭% ମତଦାନ ହୋଇଛି । ଆଜି ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେଉଛି ।

ସୂଚନାଥାଉ ଯେ, ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେବ । ସେହିପରି ଆଜି ଅହମ୍ମଦାବାଦରେ ଭୋଟ୍ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସକାଳ ୯ଟା ପର୍ଯ୍ୟନ୍ତ ଭୋପାଲର ମପ୍ରରେ 14.43% ମତଦାନ, ରାଜଗଢରେ 16.57%, ଗୁନା - 16.43%, ବେତୁଲ - 15.97%, ବିଦିଶାରେ - 15.85%, ସାଗର - 14.58%, ଭୋପାଳ - 14.43%, ଗ୍ୱାଲିଅର୍ - 12.75%, ମୁରେନା - 12.43%, ଭିଣ୍ତରେ 12.23% ମତଦାନ ହୋଇଛି ।












Click it and Unblock the Notifications