ମହାମେଣ୍ଟରୁ ଓହରିବାକୁ ଚାହୁଁଛନ୍ତି ନୀତୀଶ ! ବିଜେପି ସହ ମିଶାଇବେ କି ହାତ
Lok Sabha Election 2024: ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀଙ୍କ ମହାମେଣ୍ଟ ଗଠନ କରାଯାଇଥିଲା । ହେଲେ ଧିରେ ଧିରେ ଏହି ମେଣ୍ଟରେ ଦେଖାଦେଲାଣି ଫାଟ । ଗୋଟେ ପରେ ଗୋଟେ ପାଟି ଏଥିରୁ ଦୂରେଇ ଯାଉଥିବାର ଦେଖିୂବା ପାଇଁ ମିଳୁଛି । ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ 'ଏକଲା ଚୋଲ' ନାରା ଦେଇଥିବା ବେଳେ, ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ ମଧ୍ୟ ଆଗାମୀ ନିର୍ବାଚନ ଏକା ଲଢିବା ନେଇ ସଙ୍କତ ଦେଇଥିଲେ । ସେହିପରି ଆଜି ଚର୍ଚ୍ଚାରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ବିହାର ରାନୈତିକ ମାହୋଲରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ନୀତୀଶ କୁମାର ଆରଜେଡି ସହ ମଧ୍ୟ ସମ୍ପର୍କ ଭାଙ୍ଗି ପାରନ୍ତି ଏହା ସେ ବିରୋଧୀଙ୍କ ମହାମେଣ୍ଟରୁ ଦୂରତା ବନାଇବା ସହ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ନ ହେବାର ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି। ଯାହା ପରେ ଇଣ୍ତିଆ ମେଣ୍ଟରେ ଫାଟ ବଢୁଥିବା ନେଇ ଆଶଙ୍କା କରାଯାଉଛି । ସେହିପରି ଲାଲୁଙ୍କ ଝିଅ ମଧ୍ୟ ନୀତିଶଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଛନ୍ତି ଯାହା ଦର୍ଶାଉଛି ଯେ, ବିହାର ରାନନୈତିକ ମାହାଲୋରେ କିଛି ଠିକ୍ ଚାଲି ନାହିଁ ଖୁବ୍ ଶିଘ୍ର କିଛି ପରିବର୍ତ୍ତନ ହୋଇପାରେ ।

ମୁଖ୍ୟମନ୍ତ୍ରୀ ପଦ ଛାଡିବେ କି ନୀତୀଶ କୁମାର
ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ, ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପୁଣି ବିଜେପି ସହ ମେଣ୍ଟ କରି ପାରନ୍ତି ନୀତୀଶ କୁମାର । କୁହାଯାଉଛି ଯେ, ନୀତୀଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ପୁଣି ବିଜେପି ସହ ମେଣ୍ଟ କରିପାରନ୍ତି । ହେଲେ ସୂତ୍ରରୁ ପ୍ରକାଶ ଯେ, ଯଦି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡି ବିଜେପି ସହ ମେଣ୍ଟ କରିବେ ତେବେ ବିଜେପି ତାଙ୍କୁ ଗ୍ରହଣ କରିବ । ତେବେ ବର୍ତ୍ତମାନ ପ୍ରଶ୍ନ ସୃଷ୍ଚି ହେଉଛି ଯେ, ବିଜେପି ସହ ମେଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବେ କି ନୀତୀଶ କୁମାର ।
ବୁଧବାର ଦିନ ଲାଲୁ ଯାଦବଙ୍କ ନାଁ ନ ନେଇ ତାଙ୍କୁ ସମାଲୋଚନା କରିଥିଲେ ନୀତୀଶ । ଯାହା ପରେ ଲାଲୁଙ୍କ ଝିଅ ରୋହିଣୀ ମଧ୍ୟ ସମାନ ଢଙ୍ଗରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଯବାବ ଦେଇଥିଲେ । ଯାହା ପରେ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ସହ କିଛି ଖାସ ଭଲ ସମ୍ପର୍କ ରିଖିବା ପାଇଁ ଚାହୁଁ ନାହାଁନ୍ତି ନୀତୀଶ ।












Click it and Unblock the Notifications