ଲୋକସଭା ନିର୍ବାଚନ ୨୦୨୪ ; କମ ମତଦାନ ବଢାଇଲା ବିଜେପି ଟେନସନ୍
ରାଜନୈତିକ ଦଳମନଙ୍କର ଚିନ୍ତାର କାରଣ ହୋଇଛି କାମ ମତଦାନ । କାରଣ ଏବେ ଦେଶ ସାରା ଗୋଟାଏ କଥା କି କାହିଁ ଲୋକ ଭୋଟ ଦେବାକୁ ଯାଉ ନାହାନ୍ତି । ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ ହାର କମିଥିବାରୁ ଏହା ଶାସକ ଦଳ ଭାଜପା ପାଇଁ ଚିନ୍ତାର ବିଷୟ ହୋଇଛି।

ମତଦାନ କମିଲେ, ଭାଜପା ଜିତିବା କଷ୍ଟକର ହୋଇପାରେ ବୋଲି କେତେଜଣ ମତ ଦେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଉତ୍ତରପ୍ରଦେଶ ପ୍ରମୁଖ ଭୂମିକା ନେଇଥାଏ। ୨୦୧୯ରେ ଭାଜପା ଏହି ରାଜ୍ୟରୁ ୬୪ ଆସନ ଜିତିଥିବାବେଳେ ଦିଲ୍ଲୀର ସମସ୍ତ ୭ ଆସନ ଦଖଲ କରିଥିଲା। ଶନିବାର ସୁଦ୍ଧା ଉତ୍ତରପ୍ରଦେଶରେ ୬ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ମତଦାନ ହାରକୁ ଦେଖିଲେ, ଏହା ପୂର୍ବାପେକ୍ଷା ଯଥେଷ୍ଟ କମ୍ ରହିଛି। ଷଷ୍ଠ ପର୍ଯ୍ୟାୟରେ ୟୁପିରେ ୫୪.୦୩ ପ୍ରତିଶତ ମତଦାନ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ଶନିବାର ଅନୁଷ୍ଠିତ ନିର୍ବାଚନରେ ୫୪.୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କମ୍ ମତଦାନ ବିରୋଧୀ ମେଣ୍ଟ ପାଇଁ ଲାଭଦାୟକ ହେବ ବୋଲି ଅନେକେ ମତ ଦେଇଛନ୍ତି। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଆଗ୍ରହ କମୁଥିବା ସ୍ପଷ୍ଟ ହୋଇଛି। ୫୪୩ ଆସନ ମଧ୍ୟରୁ ୫ ପର୍ଯ୍ୟାୟରେ ୪୨୭ଟି ଆସନରେ ମତଦାନ ଶେଷ ହୋଇଥିବାବେଳେ ସେଥିରୁ ଏକତୃତୀୟାଂଶ ବା ୧୧୫ଟି ନିର୍ବାଚନମଣ୍ଡଳୀରେ କମ୍ ଭୋଟିଂ ହୋଇଛି।
ମତଦାନ ହାର କମିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନଃନିର୍ବାଚିତ ହେବା ସମ୍ଭାବନାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ମତଦାନ ପ୍ରତି ଆଗ୍ରହ କରିବାର କେତେକ କାରଣ ମଧ୍ୟରେ ରହିଛି, ଏଥର ସେଭଳି କୌଣସି ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇ ନାହିଁ। ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଲୋକେ ଭୋଟ ଦେବା ପାଇଁ ବୁଥ୍କୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିପରି ଗ୍ରାମାଞ୍ଚଳରୁ ବହୁ ଲୋକ କାମଧନ୍ଦା ପାଇଁ ସହର ଏବଂ ବାହାର ରାଜ୍ୟରେ ରହୁଥିବାରୁ ଚାକିରି ହରାଇବା ଆଶଙ୍କାରେ ସେମାନେ ଭୋଟ ଦେବା ପାଇଁ ନିଜ ଅଞ୍ଚଳକୁ ଆସିପାରୁ ନାହାନ୍ତି। ଏହିଭଳି ବିଭିନ୍ନ କାରଣରୁ ମତଦାନ ହ୍ରାସ ପାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଷଷ୍ଠ ପର୍ଯ୍ୟାୟରେ ଶନିବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ ମତଦାନ ହାର ୬୧.୧୧ ପ୍ରତିଶତ ରହିଥିବା ଜଣାପଡ଼ିଛି। ଦିଲ୍ଲୀରେ ୫୭.୬୭ ପ୍ରତିଶତ ଭୋଟିଂ ହୋଇଥିବାବେଳେ ପଶ୍ଚିମବଙ୍ଗର ଜଙ୍ଗଲ ମହଲ ଅଞ୍ଚଳରେ ସର୍ବାଧିକ ୭୯.୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ଝାଡ଼ଖଣ୍ଡରେ ୬୩.୭୬, ଉତ୍ତରପ୍ରଦେଶରେ ୫୪.୦୩, ବିହାରରେ ୫୫.୨୪, ଜମ୍ମୁ-କଶ୍ମୀରରେ ୫୪.୧୫ ଓ ହରିୟାଣାରେ ୬୦.୦୬ ପ୍ରତିଶତ ମତଦାନ ହୋଇଥିବା ରାତି ୧୧ଟା ୪୫ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ବହୁ ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ମୋଟ ୪୮୬ ଆସନରେ ମତଦାନ ସମ୍ପୂର୍ଣ୍ଣ ହୋଇଛି। ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦ୍ରଜିତ ସିଂ, ଭାଜପାର ମାନେକା ଗାନ୍ଧୀ, ମନୋହର ଖଟ୍ଟାର, ମନୋଜ ତିଓ୍ବାରୀ, ପିଡିପିର ମେହବୁବା ମୁଫ୍ତି ଏବଂ କଂଗ୍ରେସର କହ୍ନେୟା କୁମାରଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ପଶ୍ଚିମବଙ୍ଗର ଘଟଲ ଏବଂ କାନ୍ଥି ନିର୍ବାଚନମଣ୍ଡଳୀରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସଂଘର୍ଷ ଘଟିଥିଲା। ଝାରଗ୍ରାମରେ ଭାଜପା ପ୍ରାର୍ଥୀ ପ୍ରନତ ଟୁଡୁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛିି। ଷଷ୍ଠ ପର୍ଯ୍ୟାୟରେ ୧୧.୨୩ କୋଟିରୁ ଊର୍ଦ୍ଧ୍ୱ ଭୋଟର ଥିବାବେଳେ ସେମାନଙ୍କ ପାଇଁ ୧.୧୪ ଲକ୍ଷ ବୁଥ୍ର ଆୟୋଜନ କରାଯାଇଥିଲା।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications