ସରିଲା ତୃତୀୟ ପର୍ଯ୍ୟାୟ ମତଦାନ, ମୋଟ ଗ୍ରହଣ ହେଲା ୬୦.୭୪% ଭୋଟ

Lok Sabha Election 2024 Phase 3: ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନ ପାଇଁ ଭୋଟ ନିଆଯାଇଛି । ତୃତୀୟ ପର୍ଯ୍ୟାୟ ସହ କର୍ଣ୍ଣାଟକ, ଗୁଜୁରାଟ ଓ ଗୋଆରେ ସରିଲା ମତଦାନ । ଏହି ପର୍ଯ୍ୟାୟରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସମେତ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଏବଂ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ।

Lok Sabha Election 2024 Phase 3 LIVE

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ହେଇଥିବା ନେଇ ସୂଚନା ମିଳିଛି । ତେବେ ରାଜ୍ୟୱାରୀ ଭୋଟଦାନ ଦେଖିଲେ, ଆସାମରେ ସର୍ବାଧିକ ୭୪.୯ ପ୍ରତିଶତ ଭୋଟ୍ ହେଇଛି । ସେହିପରି ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪ ପ୍ରତିଶତ ଭୋଟିଂ ହେଇଛି । ଅନ୍ୟପଟେ ବିହାରରେ ୫୬.୦୧ ପ୍ରତିଶତ, ଛତିଶଗଡରେ ୬୬.୮୭ ପ୍ରତିଶତ, ଗୁଜରାଟରେ ୫୫.୨୨ ପ୍ରତିଶଥ, କର୍ଣ୍ଣାଟକରେ ୬୬.୦୫ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୨୮ ପ୍ରତିଶତ ଭୋଟ୍ ପଡିଛି । ସେହିପରି ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶଥ ଭୋଟିଂ ହେଇଛି ।

May 07, 2024, 8:45 pm IST

ସମସ୍ତଙ୍କୁ ଧନ୍ୟବାଦ

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଲାଇଭ ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରହି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।
May 07, 2024, 6:47 pm IST

ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ

ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହୋଇଛି । ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୩ ଟି ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ।
May 07, 2024, 6:43 pm IST

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ଗ୍ରହଣ

ସନ୍ଧ୍ୟା ୫ଟା ସୁଦ୍ଧା ଆସାମରେ ୭୪.୯ ପ୍ରତିଶତ, ମହାରାଷ୍ଟ୍ରରେ ୫୩.୪ ପ୍ରତିଶତ ବିହାରରେ ୫୬.୦୧ ପ୍ରତିଶତ, ଛତିଶଗଡରେ ୬୬.୮୭ ପ୍ରତିଶତ, ଗୁଜରାଟରେ ୫୫.୨୨ ପ୍ରତିଶଥ, କର୍ଣ୍ଣାଟକରେ ୬୬.୦୫ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୨୮ ପ୍ରତିଶତ ,ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ, ଦାଦ୍ରା ଏବଂ ନାଗର ହାଭେଲିରେ ୬୫.୨୩% ଏବଂ, ଗୋଆରେ ୭୨.୫୨% ଭୋଟିଂ ହେଇଛି
May 07, 2024, 6:41 pm IST

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ଗ୍ରହଣ

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ଗ୍ରହଣ
May 07, 2024, 5:20 pm IST

ଦିନ ୩ ଟା ପର୍ଯ୍ୟନ୍ତ ଏତିକି ପ୍ରତିଶତ ଭୋଟ ଗ୍ରହଣ

ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟରେ ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାୟ ୫୦.୭୧% ଭୋଟ୍ ରେକର୍ଡ କରାଯାଇଛି ।
May 07, 2024, 5:06 pm IST

ଅପରାହ୍ନ ୩ ଟା ସୁଦ୍ଧା ୟୁପିରେ ମତଦାନ

ଅପରାହ୍ନ ୩ ଟା ସୁଦ୍ଧା ୟୁପିରେ ହୋଇଥିବା ମତଦାନ ମଧ୍ୟରେ ସମ୍ୱାଲ୍ - ୫୨.୯୪ ପ୍ରତିଶ. ହାଥରସ - ୪୪.୬୩ ପ୍ରତିଶତ ଆଗ୍ରା - ୪୩.୬୭ ପ୍ରତିଶତ, ଫତେହପୁର ସିକ୍ରି - ୪୬.୧୮ ପ୍ରତିଶତ, ଫିରୋଜାବାଦ - ୪୭.୮୦ ପ୍ରତିଶତ, ମେନପୁରୀ - ୪୬.୮୦ ପ୍ରତିଶତ , ଏଟା - ୪୮.୯୩ ପ୍ରତିଶତ, ବାଦାଉନ୍ - ୪୫.୪୪ ପ୍ରତିଶତ , ଆମଲା - ୪୬.୭୫ ପ୍ରତିଶତ, ବରେଲି - ୪୫.୯୬ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି ।
May 07, 2024, 5:03 pm IST

ଅପରାହ୍ନ ୩ ଟା ସୁଦ୍ଧା ଛତିଶଗଡରେ ୫୮.୧୯ ପ୍ରତିଶତ ଭୋଟ ଗ୍ରହଣ

ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଲାସପୁରରେ ୫୦.୭୬% ଭୋଟ୍‌, ଡଗରରେ ୫୮.୦୬%, ଜଞ୍ଜଗିରରେ ୫୫.୩୮%, କୋରବାରେ ୬୨.୧୪%, ରାୟଗଡରେ ୬୭.୮୭%, ରାୟପୁରରେ ୫୧.୬୬% ଏବଂ ସୁରଗୁଜାରେ ୬୫.୩୧% ଭୋଟ୍ ରେକର୍ଡ କରାଯାଇଛି ।
May 07, 2024, 4:16 pm IST

ଅପରାହ୍ନ ୩ ଟା ସୁନ୍ଧା ୫୦.୭୧ ପ୍ରତିଶତ ମତଦାନ

ଅପରାହ୍ନ ୩ ଟା ସୁନ୍ଧା ଆସାମରେ ୬୩.୦୮% ଛତିଶଗଡରେ ୪୬.୬୯% ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଡିୟୁ ୫୨.୪୩% ଗୋଆରେ ୬୧.୩୯% ଗୁଜୁରାଟରେ ୪୭.୦୩% କର୍ଣ୍ଣାଟକରେ ୫୪.୨୦% ମଧ୍ୟପ୍ରଦେଶରେ ୫୪.୦୯% ମହାରାଷ୍ଟ୍ରରେ ୪୨.୬୩% ଉତ୍ତରପ୍ରଦେଶ ୪୬.୭୮% ଏବଂ ପଶ୍ଚିମ ବଙ୍ଗରେ ୬୩.୧୧% ମତଦାନ ଗ୍ରହଣ ହୋଇଛି ।
May 07, 2024, 3:48 pm IST

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବୟାନ

କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ... ଏହି ଅଞ୍ଚଳ, ଦେଶ ତଥା ରାଜ୍ୟବାସୀଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଯଦି ମୋଦୀ ସେଠାରେ ଅଛନ୍ତି ତେବେ ଏହା ସମ୍ଭବ । , ଏବଂ ଆଜି ଏହାର ଝଲକ ଆମେ ଆଜି ଭୋଟ୍ ରେ ଦେଖୁଛୁ । "
May 07, 2024, 3:42 pm IST

ଭୋଟ୍ ଦେବା ପରେ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନ

ଭୋଟ୍ ଦେବା ପରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କହିଛନ୍ତି, "ଆସାମର ସମସ୍ତ ବୟସ ବର୍ଗର ଲୋକମାନେ ଉତ୍ସାହର ସହିତ ଭୋଟ୍ ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଆସାମର ଲୋକମାନେ ଅଦୃଶ୍ୟ ବିକାଶ ଦେଖିଛନ୍ତି । ଆମେ ଏହା ଜାରି ରଖିବାକୁ ଚାହୁଁଛୁ ।"
May 07, 2024, 3:16 pm IST

ଭୋଟ ଦେଲେ ଛତିଶଗଡ଼ ଡିଜିପି

ଛତିଶଗଡର ଡିଜିପି ଅଶୋକ ଜୁନଜା ତାଙ୍କ ପତ୍ନୀ ଶଶି ଜୁନଜାଙ୍କ ସହ ରାୟପୁରର ଆନନ୍ଦ ନାଗରରେ ଭୋଟ୍ ଦେଇଛନ୍ତି ।
May 07, 2024, 3:13 pm IST

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭୋଟ ଦେବା ପାଇଁ ପହଁଞ୍ଚିଲେ ମତଦାନ କେନ୍ଦ୍ରରେ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭୋଟ ଦେବା ପାଇଁ ପହଁଞ୍ଚିଲେ ମତଦାନ କେନ୍ଦ୍ରରେ
May 07, 2024, 3:00 pm IST

ଦିବ୍ୟାଙ୍ଗ ରାଧା ମଧ୍ୟପ୍ରଦେଶରେ ପାଳନ କଲେ ନିଜର କର୍ତ୍ତବ୍ୟ

ଲୋକସଭା ନିର୍ବାଚନର ୨୦୨୪ ର ତୃତୀୟ ପର୍ଯ୍ୟାୟରେ ଦିବ୍ୟାଙ୍ଗ ମହିଳା ରାଧା ଭୋପାଳର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଛନ୍ତି
May 07, 2024, 2:34 pm IST

ପଶ୍ଚିମବଙ୍ଗରେ ମତଦାନ ସମୟରେ ହିଂସା

ପଶ୍ଚିମବଙ୍ଗର ମାଲଦା ଉତ୍ତର, ମାଲଦା ଦକ୍ଷିଣ, ଜାଙ୍ଗିପୁର ଏବଂ ମୁର୍ସିଦାବାଦରେ ଚାରୋଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ତିନି ପ୍ରମୁଖ ଦଳ - ସିପିଆଇ-ଏମ, ଟିଏମସି ଏବଂ ବିଜେପି ମଧ୍ୟରେ ମୁରସିଦାବାଦର ଲୋଚନପୁର ଏବଂ ଜଙ୍ଗିପୁରର ମତଦାନ ବୁଥରେ ସଂଘର୍ଷ ଘଟିଛି ।
May 07, 2024, 2:31 pm IST

ସବୁଠୁ ଆଗରେ ପଶ୍ଚିମବଙ୍ଗ

୪୯.୨୭ ପ୍ରତିଶତ ଭୋଟ୍ ସହିତ ପଶ୍ଚିମବଙ୍ଗ ସବୁଠୁ ଆଗୁଆ ରହିଛି, ଏଠାରେ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି ।
May 07, 2024, 2:25 pm IST

ଦିନ ୧ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ

ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗ -୪୯.୨୭ , ଗୋଆ -୪୯.୦୪ , ଛତିଶଗଡ -୪୬.୧, ଆସାମ -୪୫.୮୮ , ମଧ୍ୟପ୍ରଦେଶ -୪୪.୬୭. କର୍ଣ୍ଣାଟକ -୪୧.୫୯ ,ଦାଦ୍ରା ଏବଂ ନାଗର ହାଭେଲି, ଦାମନ ଏବଂ ଡିୟୁ- ୩୯.୯୪ , ଉତ୍ତରପ୍ରଦେଶ-୩୮.୧୨, ଗୁଜୁରାଟ-୩୭.୮୩ , ବିହାର- ୩୬.୬୯ , ମହାରାଷ୍ଟ୍ର: ୩୧.୫୫ ପ୍ରତିଶ ଭୋଟ ଗ୍ରହଣ ହୋଇଛି ।
May 07, 2024, 2:08 pm IST

ମାଲଦାଠାରେ ଭୋଟ୍ ବର୍ଜନ କଲେ ମହିଳା

ମାଲଦାର ମହିଳାମାନେ ନିଜ ଅଞ୍ଚଳରେ ବିକାଶ ପ୍ରସଙ୍ଗକୁ ବିରୋଧ କରି ଭୋଟ୍ ବର୍ଜନ କରିଛନ୍ତି
May 07, 2024, 1:49 pm IST

ଭୋଟ୍ ଦେଲେ ଭିନ୍ନକ୍ଷମ ମହିଳା

ଲୋକସଭା ନିର୍ବାଚନ 2024 ର ତୃତୀୟ ପର୍ଯ୍ୟାୟରେ ଭୋଟ୍ ଦେଲେ ଭିନ୍ନକ୍ଷମ ମହିଳା
May 07, 2024, 1:37 pm IST

କାହିଁକି 400 ଆସନ ଦରକାର ?

କାହିଁକି 400 ଆସନ ଦରକାର ? କହିଲେ ମୋଦୀ
May 07, 2024, 1:32 pm IST

ପାଦରେ ଭୋଟ୍ ଦେଲେ ଅଙ୍କିତ ସୋନି

ଗୁଜୁରାଟ: ନାଡିଏଡର ଏକ ମତଦାନ ବୁଥରେ ଭୋଟର ଅଙ୍କିତ ସୋନି ତାଙ୍କ ପାଦ ଦେଇ ନିଜର ଭୋଟ୍ ଦେଇଛନ୍ତି । ସେ କୁହନ୍ତି, "20 ବର୍ଷ ପୂର୍ବେ ବୈଦ୍ୟୁତିକ ଆଘାତ ହେତୁ ମୁଁ ମୋର ଦୁଇ ହାତ ହରାଇଥିଲି । ମୋର ଶିକ୍ଷକ ଏବଂ ଗୁରୁଙ୍କ ଆଶୀର୍ବାଦରେ ମୁଁ ମୋର ସ୍ନାତକୋତ୍ତର କରିଥିଲି, ... ମୁଁ ଲୋକମାନଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଛି।"
May 07, 2024, 1:24 pm IST

ଭୋଟ୍ ଦେଲେ ରୋହନ ଗୁପ୍ତା

ଗୁଜୁରାଟର ଅହମ୍ମଦାବାଦରେ ଏକ ମତଦାନ କେନ୍ଦ୍ରରେ ବିଜେପି ନେତା ରୋହନ ଗୁପ୍ତା ଭୋଟ୍ ଦେଇଛନ୍ତି ।
May 07, 2024, 1:15 pm IST

ଭୋଟ୍ ଦେଲେ ଗୋଟେ ପରିବାରର ପାଞ୍ଚ ପିଢୀ

ଗୋଟେ ପରିବାରର ପାଞ୍ଚ ପିଢୀ ଛତିଶଗଡର ସେମଲି, ବଳରାମପୁର ଏକ ମତଦାନ ବୁଥରେ ଏକାଠି ଭୋଟ୍ ଦେଇଥିଲେ ।
May 07, 2024, 12:53 pm IST

ଭୋଟ୍ ଦେଲେ ଛତିଶଗଡର ପୂର୍ବତନ ସିଏମ

ଛତିଶଗଡର ପୂର୍ବତନ ସିଏମ ଏବଂ ରାଜନନ୍ଦଗାଁ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁପେଶ ବାଗେଲ ତାଙ୍କ ପରିବାର ସହିତ ଭୋଟ୍ ଦେବା ପାଇଁ ପାଟାନର ଏକ ମତଦାନ ବୁଥରେ ପହଞ୍ଚିଛନ୍ତି। ସେ ରାଜନନ୍ଦଗାଓଁ ନିର୍ବାଚନମଣ୍ଡଳୀରୁ ବିଜେପିର ବସିଥିବା ସାଂସଦ ତଥା ପ୍ରାର୍ଥୀ ସାନ୍ତୋଷ ପାଣ୍ଡେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
May 07, 2024, 12:45 pm IST

ଭୋଟ୍ ଦେଲେ ଛତିଶଗଡର ପୂର୍ବତନ ଡେପୁଟି ସିଏମ୍

ଛତିଶଗଡର ପୂର୍ବତନ ଡେପୁଟି ସିଏମ୍ ଏବଂ କଂଗ୍ରେସ ନେତା ଟି.ଏସ୍ ସିଂ ଦେଓ ଅମ୍ବିକାପୁରର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି ।
May 07, 2024, 12:41 pm IST

ଭୋଟ୍ ଦେଲେ ଗୌତମ ଅଦାନୀ

ଭୋଟ୍ ଦେଲେ ଗୌତମ ଅଦାନୀ । ଆଦାନୀ ଗୋଷ୍ଠୀର ଚେୟାରମ୍ୟାନ୍ ଗୌତମ ଆଦାନୀ ଟ୍ୱିଟ୍ କରି କହିଛନ୍ତି, "ଆଜି ମୋ ପରିବାର ସହ ଭୋଟ୍ ଦେଇଥିବାରୁ ଗର୍ବିତ । "
May 07, 2024, 12:32 pm IST

ଭୋଟ୍ ଦେଲେ ଗୋଆ ସିଏମ୍ ପ୍ରମୋଦ ସାୱନ୍ତ

ଗୋଆ ସିଏମ୍ ପ୍ରମୋଦ ସାୱନ୍ତ ଆଜି ଉତ୍ତର ଗୋଆର କୋଥାମ୍ବୀରେ ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି।
May 07, 2024, 12:20 pm IST

Election 2024: ଅଖିଳେଶ-ଡିମ୍ପଲ୍ ଯାଦବ ଦେଲେ ଭୋଟ୍

ମତଦାନ କଲେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ, ଡିମ୍ପଲ୍ ଯାଦବ । ଡିମ୍ପଲ ଯାଦବ ମେନପୁରୀରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ।
May 07, 2024, 12:14 pm IST

ଭୋଟ ଦେବା ପାଇଁ ପହଞ୍ଚିଲା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପରିବାର

ଭୋଟ ଦେବା ପାଇଁ ପହଞ୍ଚିଲା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପରିବାର । ରବିନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଜାଡେଜା, ପିତା ଅନିରୁଦ୍ଧ ସିଂ ଜାଡେଜା ଜାମନଗରରେ ପହଞ୍ଚିଲେ ।
May 07, 2024, 12:02 pm IST

Lok Sabha Election 2024: ସକାଳ ୧୧ଟା ପର୍ଯ୍ୟନ୍ତ ୨୫.୪୧ ପ୍ରତିଶତ ମତଦାନ

ସକାଳ ୧୧ଟା ପର୍ଯ୍ୟନ୍ତ ୨୫.୪୧ ପ୍ରତିଶତ ମତଦାନ । ଆସାମ - 27.34% ବିହାର - 24.41% ଛତିଶଗଡ - 29.90% ଦାଦରା ଏବଂ ନାଗର ହବେଲି ଏବଂ ଡାମନ ଓ ଡିୟୁର - 24.69% ଗୋଆ - 30.94% ଗୁଜୁରାଟ - 24.35% କର୍ଣ୍ଣାଟକ - 24.48% ମଧ୍ୟପ୍ରଦେଶ - 30.21% ମହାରାଷ୍ଟ୍ର - 18.18% ଉତ୍ତରପ୍ରଦେଶ- 26.12% ପଶ୍ଚିମବଙ୍ଗ- 32.82% ମତଦାନ ।
May 07, 2024, 11:48 am IST

ମତଦାନ କଲେ ଗୌତମ ଆଦାନୀ

Election 2024: ଗୌତମ ଆଦାନୀ କଲେ ମତଦାନ । ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+