Lok Sabha Election 2024; ଭୋଟର ପରିଚୟ ପତ୍ର ବଦଳରେ ଏହି ୧୨ ପ୍ରକାରର ପରିଚୟପତ୍ର ନେଇ ଦେଇପାରିବେ ଭୋଟ୍
ଦେଶରେ ଆଜିଠୁ ମତଦାନ ଆରମ୍ଭ ହୋଇ ହୋଇଛି । ୧୦୨ ଲୋକସଭା ଆସନରେ ଚାଲିଛି ଭୋଟିଂ । ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଜୁନ ୧ ତାରିଖରେ ଶେଷ ହେବ ମତଦାନ । ଜୁନ ୪ ତାରିଖରେ ହେବ ମତଗଣନା ।
ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ'୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ' ୧୩, ମେ' ୨୦, ମେ' ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ ।
ଭାରତର ନିର୍ବାଚନ ଆୟୁକ୍ତଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭୋଟରଙ୍କୁ ଭୋଟ୍ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ସେମାନଙ୍କର ଭୋଟର ପରିଚୟପତ୍ର କିମ୍ବା ନିମ୍ନରେ ଉଲ୍ଲେଖ କରାଯାଇଥିବା ୧୨ (ବାର) ପ୍ରକାର ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ଆଣିବାକୁ ପଡିବ ।

- ଆଧାର କାର୍ଡ
- ପାନ୍ କାର୍ଡ
- ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର
- କେନ୍ଦ୍ର/ରାଜ୍ୟ ସରକାର / ସରକାରୀ ଉଦ୍ୟୋଗ/ ଘରୋଇ କମ୍ପାନୀମାନଙ୍କଠାରୁ ପ୍ରାପ୍ତ ଫଟୋ ସହିତ ସେବା ପରିଚୟ କାର୍ଡ
- ବ୍ୟାଙ୍କ, ପୋଷ୍ଟ ଅଫିସ୍ ଦ୍ଵାରା ଦିଆଯାଇଥିବା ଫଟୋ ସହିତ ପାସବୁକ୍
- ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧ୍ଵନରେ ମିଳିଥିବା ସ୍ଵାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
- ଡ୍ରାଇଭିଂ ଲାଇସେନ୍ସ
- ମୁଁ ଭାରତୀୟ ପାସପୋର୍ଟ
- ମୁଁ ଆର୍ଜିଆଇ ଅଧୀନରେ ଏନ୍ପିଆର୍ ଦ୍ଵାରା ଜାରି ସ୍ମାର୍ଟ କାର୍ଡ
- ଫଟୋଗ୍ରାଫ୍ ସହିତ ପେନ୍ସନ୍ ଡକ୍ୟୁମେଣ୍ଟ୍,
- ସାଂସଦ/ ବିଧାୟକ/ ଏମଏଲସି ମାନଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର
- ମନରେଗା କାର୍ଡ












Click it and Unblock the Notifications