ଲୋକସଭା ନିର୍ବାଚନ ୨୦୨୪: ମୋଦିଙ୍କୁ ମାତ୍ ଦେଇ ପାରିବ କି 'ଇଣ୍ଡିଆ' ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ଗଣିତ...
Lok Sabha Election 2024: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି । ଏହାପୂର୍ବରୁ ଚଳିତ ବର୍ଷ ଶେଷରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ରାଜନୈତିକ ଦଳଗୁଡିକ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ସମୟରେ ଏକ ସର୍ଭେରେ ରାଜନୀତିକୁ ନେଇ ଦେଶର ମନୋବଳ ଜାଣିବାକୁ ଚେଷ୍ଟା କରାଯାଇଥିଲା ।
ଇଣ୍ଡିଆ ଟୁଡେ-ସିଭୋଟର୍ ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ପ୍ରଶ୍ନ କରାଯାଇଥିଲେ ଯେ, ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ? ବିରୋଧୀ ମେଣ୍ଟ 'ଇଣ୍ଡିଆ' ମୋଦି ଅର୍ଥାତ୍ ବିଜେପିକୁ ପରାସ୍ତ କରିପାରିବ କି ? ମୁଖ୍ୟ ବିରୋଧୀ କଂଗ୍ରେସ ସମେତ 26ଟି ଦଳ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ପରାସ୍ତ କରିବେ ବୋଲି ଆଶା କରି ଏକ ବୃହତ ମିଳିତ ମଞ୍ଚ ଗଠନ କରିଛନ୍ତି ।

ତେବେ ନିର୍ଦ୍ଧିଷ୍ଠ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭରେ ଆସିଥିବା ଫଳାଫଳ ବେଶ ରୋମାଞ୍ଚକ ରହିଛି । ପ୍ରଶ୍ନ ଥିଲା ବିରୋଧୀ ମେଣ୍ଟ 'INDIA' ବିଜେପିକୁ ପରାସ୍ତ କରିପାରିବ କି ? ଯାହାର ଉତ୍ତର ଏପରି ଆସିଛି...
- ହଁ - 33 ପ୍ରତିଶତ
- ନା - 54 ପ୍ରତିଶତ
ସର୍ଭେ ତଥ୍ୟରୁ ଜଣାପଡିଛି ଯେ ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ବିରୋଧୀ ମେଣ୍ଟ INDIA ବିଜେପିକୁ ପରାସ୍ତ କରିପାରିବ ନାହିଁ । ଏଥିସହ କେବଳ 33 ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଏହା ବିଜେପିକୁ ପରାସ୍ତ କରିପାରିବ।
ଉଲ୍ଲେଖଯୋଗ୍ୟ ଯେ, ବିରୋଧି ମେଣ୍ଟର ଏହି ନାମ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଆଇଏନଡିଆଇଏ ଏକ ମାସ ପୂର୍ବରୁ ବେଙ୍ଗାଲୁରୁରେ ଏକ ବିଶାଳ ସଭାରେ ଘୋଷଣା ହୋଇଥିଲା । ଯାହାକି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବିପକ୍ଷରେ ମୈଦାନକୁ ଓହ୍ଲାଇବ ବୋଲି ଘୋଷଣା ହୋଇଥିଲା ।
ତେବେ ଏହି ନାମ ଆଇଏନଡିଆଇଏ ବା INDIA ପରିବର୍ତ୍ତନ ହେଲେ ଅଧିକ ଭୋଟର ଆକୃଷ୍ଟ ହୋଇପାରିବେ କି ? ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ 39% ଉତ୍ତରଦାତା ନିଶ୍ଚିତ ଭାବରେ ଉତ୍ତର ଦେଇଥିବାବେଳେ 30% ଏଥିରେ ସହମତ ନୁହଁନ୍ତି ।
ସେହିପରି INDIA ମିଳିତ ମେଣ୍ଟର ନେତୃତ୍ୱ ନେବାକୁ କିଏ ସର୍ବୋତ୍ତମ ବୋଲି ସର୍ଭେରେ ପଚରା ଯାଇଥିଲା । ଯେଉଁଠି 24% ଉତ୍ତରଦାତା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନେଇଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲ, ପ୍ରତ୍ୟେକଙ୍କୁ 15 ପ୍ରତିଶତ ଲୋକେ ସମର୍ଥନ କରିଛନ୍ତି ।
ତେବେ ସର୍ଭେ ଅନୁଯାୟୀ ଜାନୁଆରୀ ମାସରୁ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇଛି । କେବଳ 13 ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ବିରୋଧୀ ଦଳର ନେତୃତ୍ୱ ନେବା ପାଇଁ ସେ ସବୁଠାରୁ ଉପଯୁକ୍ତ । ଅନ୍ୟପକ୍ଷରେ ଜାନୁଆରୀରେ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଭୋଟ୍ 27 ପ୍ରତିଶତରୁ ହ୍ରାସ ପାଇଛି ।












Click it and Unblock the Notifications