ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ପଶ୍ଚିମବଙ୍ଗରେ ପଥର ମାଡ଼
Lok Sabha Election 2024: ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଭୋଟିଂ ବେଳେ ଛତିଶଗଡ଼ ବସ୍ତରରେ ହୋଇଛି ଆଇଡି ବିସ୍ଫୋରଣ । ଏହି ଘଟଣାରେ ଜଣେ CRPF ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି । ସେପଟେ ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର । ମତଦାନ ବେଳେ ହିଂସା ଦେଖାଦେଇଛି । ଖବର ଅନୁସାରେ, ଭୋଟିଂ ଜାରି ରହିଥିବା ବେଳେ ଏହ ମତଦାନ କେନ୍ଦ୍ର ବାହାରେ ଗୁଳିମାଡ଼ ହୋଇଛି ।

ଲୋକସଭା ନିର୍ବାଚନ 2024 ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆଜି ଏପ୍ରିଲ 19 ରେ ଅନୁଷ୍ଠିତ ହେଉଛି । ଏପରିସ୍ଥିତି ବିଭିନ୍ନ ରାଜ୍ୟରେ ହିଂସା ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ପଶ୍ଚିମବଙ୍ଗର କୁଚ ବିହାର ଅଞ୍ଚଳର ଲୋକମାନେ ପଥର ଫିଙ୍ଗିଥିବାର ଖବର ଆସିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହେବାରେ ଲାଗିଛି ।












Click it and Unblock the Notifications