ନିର୍ବାଚନ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବାନଙ୍କ ମୃତ୍ୟୁ
Lok Sabha Election 2024: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ଅଘଟଣ । ନିର୍ବାଚନ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବନାଙ୍କ ମୃତ୍ୟୁ । ଗତକାଲି ପଶ୍ଚିମବଙ୍ଗର ମାଥାଭାଙ୍ଗରେ ଜଣେ ଯବାନ ଜଣକ ବାଥରୁମରେ ଟଳି ପଡିଥିଲେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ଯବାନ ଜଣଙ୍କୁ ନିର୍ବାଚନ ପାଇଁ ମୁତୟତ କରାଯାଇଥିଲା । ହେଲେ ଗତକାଲି ରାତିରେ ସେ ବାଥରୁମ୍ ଯାଇଥିବା ସମୟରେ ହଠାତ୍ ଟଳିପଡିଥିଲେ । କିଛି ସମୟ ପରେ ଅନ୍ୟ ଜଣେ ବ୍ୟକ୍ତି ଯବାନଙ୍କୁ ଅଚେତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ବାଥ୍ରୁମ୍ ଚଟାଣରେ ପଡ଼ିବା ଯୋଗୁ ଯବାନଙ୍କ ମୁଣ୍ଡ ମାଡ଼ ହୋଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି । ଶବ ଉଦ୍ଧାର କରାଯିବା ପରେ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ରହିଛି ।












Click it and Unblock the Notifications