ଓଡ଼ିଶା ପାଇଁ ସସ୍‌ପେନ୍ସ୍ ବଢାଇଲା ବିଜେପିର ପ୍ରଥମ ଲୋକସଭା ତାଲିକା

ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା'ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି । ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଦଳ ଘୋଷଣା କରିଛି ।

ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାରେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ ବିନୋଜ ତାୱଡେଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

BJP s First list released

ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି । ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫ଟି ସିଟ୍ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ଟି, ପଶ୍ଚିମବଙ୍ଗରୁ ୨୬, ମଧ୍ୟପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପ୍ରତ୍ୟେକ ରାଜ୍ୟରୁ ୧୧ଟି ଲେଖାଏଁ ଆସନ,

ତେଲେଙ୍ଗାନାରୁ ୯, ଦିଲ୍ଲୀରୁ ୫, ଜାମ୍ମୁ କାଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳପ୍ରଦେଶରୁ ୨ଟି, ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର, ଡାମନ ଡିଓ ଏ ସବୁ ସ୍ଥାନରୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ତାଲିକାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ କୌଣସି ପ୍ରାର୍ଥୀ ପାଇଁ ଘୋଷଣା ହୋଇନାହିଁ ।

ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ । ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ । ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ ଙ୍କୁ ଦଳ କରିଛି ପ୍ରାର୍ଥୀ ।

ଲୋକସଭା ଆସନ ପାଇଁ ବିଜେପି ଆଜି ପ୍ରଥମ ତାଲିକା ଘୋଷଣା କରି ଦେଶରେ ନିର୍ବାଚନ ପାଣିପାଗକୁ ଆହୁରି ଉଷ୍ମ କରିଛି। ତେବେ ଏହି ପ୍ରଥମ ସୂଚୀରେ ଓଡ଼ିଶାର କୌଣସି ଆସନ ଘୋଷଣା ନହେବା ମେଣ୍ଟ ସମ୍ଭାବନାର ଆଲୋଚନାକୁ ପୁଣି ଥରେ ତାଜା କରିଛି।

କିଛି ଦିନ ଧରି ପ୍ରଥମ ତାଲିକାରେ ସମ୍ବଲପୁରରୁ ଧର୍ମେନ୍ଦ୍ର ଏବଂ ପୁରୀରୁ ସମ୍ବିତ ପାତ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ହେଉଥିଲା। ଏହି ଭିତରେ ହଠାତ୍ ବିଜେଡି ବିଜେପି ମଧ୍ଯରେ ମେଣ୍ଟ ହେବାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଥିଲା।

ଏହି ଆଲୋଚନାକୁ ବିରାମ ଦେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟର କୌଣସି ସମ୍ଭାବନା ନାହିଁ ବୋଲି ଦୃଢୋକ୍ତି କରିଥିଲେ। ତେବେ ବିଜେପିର ପ୍ରଥମ ପର୍ଯ୍ୟାୟ ୧୨୯ ଆସନ ମଧ୍ଯରେ ଓଡ଼ିଶା ସ୍ଥାନିତ ନଥିବା ଭବିଷ୍ୟତର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଅଂଶ ହୋଇପାରେ ବୋଲି ଆକଳନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+