Lok Sabha Election 2024: କାଞ୍ଜିବରମ୍ ଶାଢ଼ୀ ପିନ୍ଧି କ୍ଷେତରେ ପହଁଞ୍ଚିଲେ ହେମା ମାଳିନୀ

BJP MP Hema Malini: ଦେଶରେ ଲୋକସଭା ନିର୍ବାଚନକୁ ନେଇ ସରଗରମ ରାଜନୈତୀକ ମାହୋଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୯ ଏପ୍ରିଲରୁ ଆରମ୍ଭ ହେବ । ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରଚାରରେ ଆରମ୍ଭ କରିଦେଇଛନ୍ତି ।

ନିର୍ବାଚନ ପ୍ରଚାର ସମୟରେ ମଥୁରାର ବିଜେପି ସାଂସଦ ତଥା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଗାଁ ମହିଳାମାନଙ୍କ ସହିତ ଧାନ କ୍ଷେତରେ ଯାଇ ଗହମ କାଟୁଥିବା ଦେଖିବା ପାଇଁ ମିଳିଥିଲା । ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

BJP MP Hema Malini Harvests Wheat Crop


ଭାଇରାଲ ହେଉଥିବା ଫଟୋରେ ହେମା ଏକ କାଞ୍ଜିବରମ୍ ଶାଢ଼ୀ ପିନ୍ଧି କ୍ଷେତରେ ଫସଲ ଅମଳ କରୁଥିବାର ଦେଖିବା ପାଇଁ ମିଳୁଛି । ଏହି ଫଟୋ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ଏହା ରିଲ୍ ଲାଇଫ୍ ନୁହେଁ ବରଂ ବାସ୍ତବ ଜୀବନ । କ୍ଷେତରେ କାମ କରୁଥିବାବେଳେ ହେମା ମାଲିନି ସେଠାରେ କାମ କରୁଥିବା ମହିଳାମାନଙ୍କ ସହ କଥା ହେଉଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି ।

ଏହି ସମୟରେ ସେ ମହିଳାଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ହେମା ଗତ ଦଶ ବର୍ଷ ଧରି ମଥୁରାର ସାଂସଦ ରହି ଆସିଛନ୍ତି ଏବଂ ସେ ପ୍ରାୟତଃ ଏଠାରେ ସ୍ଥାନୀୟ ଲୋକଙ୍କୁ ଭେଟିଥାନ୍ତି ।

ଚଳିତ ବର୍ଷ ସେ ତୃତୀୟ ଥର ପାଇଁ ଏହି ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 2019 ମସିହାରେ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ହେମା କ୍ଷେତରେ କାମ କରୁଥିବା ମହିଳାଙ୍କ ସହ ଫସଲ ଅମଳ କରିଥିବାର ଦେଖିବା ପାଇଁ ମିଳିଥିଲା । ସେତେବେଳେ ଏହି ଫଟୋ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା । ଯେଉଁଥିପାଇଁ ବିରୋଧୀ ଦଳ ତାଙ୍କୁ ଖୁବ୍ ଟ୍ରୋଲ କରିଥିଲେ ଏବଂ କହିଥିଲେ ନିର୍ବାଚନ ଜିତିବା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି ।

ଉକ୍ତ ସମୟରେ ହେମା ଏପରି ଉତ୍ତର ଦେଇଥିଲେ ଯାହା ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲା, 'ସେ ଚାଷକୁ ବହୁତ ପସନ୍ଦ କରନ୍ତି, ସେ ମୁମ୍ବାଇରେ ରୁହନ୍ତି, ଯେଉଁଠି ଏପରି ଚାଷଜମି ଦେଖିବା ପାଇଁ ମିଳିନଥାଏ '। ସେ ଆହରୁ କହିଥିଲେ, ରିଲ୍ ଲାଇଫରେ ସେ ଅନେକ ଥର ଏପରି କ୍ଷେତର କାମ କରିଛନ୍ତି, ହେଲେ ରିୟଲ ଲାଇଫରେ ତାଙ୍କୁ ଏପରି ମୌକା ମିଳିନଥିଲା ।

ମଥୁରାରେ ତାଙ୍କୁ ଏହି ସୁବିଧା ମିଳିଛି, ତେଣୁ ସେ କ୍ଷେତରେ କାମ କରିବା ପାଇଁ ଇଛା କଲେ , ଏହା କିଛି ଅପରାଧ ନୁହେଁ । ବିରୋଧୀଙ୍କର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ, ତେଣୁ ଏପରି ଆଲୋଚନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+