Lok Sabha Election 2024: ମୋଦୀଙ୍କ ପରେ କିଏ...

Lok Sabha Election 2024: ଲୋକସଭା ନିର୍ବାଚନ 2024କୁ ଏକ ବର୍ଷରୁ ମଧ୍ୟ କମ୍ ସମୟ ରହିଛି । ବର୍ତ୍ତମାନ ନିର୍ବାଚନ ସହ ଜଡିତ ଅନେକ ସର୍ଭେ କରାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ପିଏମ ମୋଦୀଙ୍କ ଉତ୍ତରାଧିକାରୀ ପାଇଁ କିଏ ସବୁଠାରୁ ଉପଯୁକ୍ତ ବିଜେପି ନେତା ହେବେ ସେନେଇ ଲୋକଙ୍କ ଇଚ୍ଛା ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା ।

ଜାତୀୟ ଗଣମାଧ୍ୟମ ସଂସ୍ଥା 'ଇଣ୍ଡିଆ ଟୁଡେ-ସିଭୋଟର୍ ମୁଡ୍ ଅଫ୍ ଦି ନେସନ୍ ସର୍ଭେ'ରେ କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ ହେବା ଉଚିତ ସେନେଇ ହଜାର ହଜାର ଲୋକ ମତ ନିଆଯାଇଛି । ଯଦିଓ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଁ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛା ରଖିଛନ୍ତି । ହେଲେ ଏଥର ପ୍ରଶ୍ନ କିଛି ଭିନ୍ନ ଥିଲା, ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ହୁଅନ୍ତି ତେବେ କିଏ ସବୁଠାରୁ ଉପଯୁକ୍ତ ହେବ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା ।

Lok Sabha Election 2024

ଏହି ସର୍ଭେ ରିପୋର୍ଟ ଅନୁସାରେ, ଦେଶବାସୀ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ନିତିନ ଗଡକରୀଙ୍କୁ ଅଧିକ ଭୋଟ୍ ଦେଇଥିଲେ । ସର୍ଭେ ଅନୁସାରେ 29 ପ୍ରତିଶତ ଲୋକ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ବୋଲି କହିଥିବା ବେଳେ 26 ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ଏବଂ 15 ପ୍ରତିଶତ ଲୋକ ନିତିନ ଗଡକରୀଙ୍କ ନାଁ ନେଇଥିଲେ।

ସୂଚନାଥାଉ ଯେ, ଅମିତ ଶାହା ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଗୁଜୁରାଟରେ ବିଜେପି ସରକାର ଗଠନ ହେବା ପରଠୁ ହିଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛନ୍ତି । କେନ୍ଦ୍ରରେ ଯେତେବେଳେ ମୋଦି ସରକାର ଆସିଥିଲା ସେତେବେଳେ ଶାହାରୁ ଗୁରୁ ଦାୟିତ୍ୱ ମିଳିଥିଲା ।

ତେବେ ଅମିତ ଶାହାଙ୍କ ପରେ ଆଉ ଏକ ବିଜେପି ନେତାଙ୍କ ନାଁ ରହିଛି ଲୋକଙ୍କ ହୃଦୟରେ । ହେଉଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯାହାଁଙ୍କ ଉପରେ ଲୋକେ ସର୍ବାଧୀକ ବିଶ୍ୱାସ ରଖିଛନ୍ତି । 26 ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ମୋଦୀଙ୍କ ଉତ୍ତରାଧିକାରୀ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି । ଏହା ପରେ 15 ପ୍ରତିଶତ ଲୋକପ୍ରିୟକା ବା ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ କେନ୍ଦ୍ର ମନ୍ତ୍ରୀ ଥିବା ନିତିନ ଗଡକରୀ ।

ସୂଚନାଥାଉ ଯେ, ମୁଡ୍ ଅଫ୍ ଦି ନେସନ୍ (MOTN) ର ଅଗଷ୍ଟ ସଂସ୍କରଣର ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦିଙ୍କ ପ୍ରଦର୍ଶନରେ 63% ଉତ୍ତରଦାତା ସନ୍ତୁଷ୍ଟ ଅଛନ୍ତି । କିଛି ମାସ ପୂର୍ବରୁ ହୋଇଥିବା ସର୍ଭେ ତୁଳନାରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ଯେତେବେଳେ 72 ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନେ ପିଏମ ମୋଦୀଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+