ଆଜି ବନ୍ଦ ରହିବ ଲୋକସଭା ଓ ରାଜ୍ୟସଭାର ଅଧିବେଶନ, ଜାଣନ୍ତୁ କାହିଁକି ?

ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗୁରୁବାର (ମାର୍ଚ୍ଚ ୧୩) ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ଅଧିବେଶନ ବନ୍ଦ ରହିବ। ଉଭୟ ଗୃହର ବିଜନେସ୍ ଆଡଭାଇଜରି କମିଟିର ନିଷ୍ପତ୍ତି କ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ହୋଲି ପୂର୍ବ ଦିନ ୧୩ ମାର୍ଚ୍ଚରେ ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ହେବ ନାହିଁ।

Lok Sabha and Rajya Sabha

ଉଭୟ ଗୃହରେ ପୂର୍ବରୁ ୧୪ ମାର୍ଚ୍ଚକୁ ହୋଲି ପାଇଁ ଛୁଟି ଘୋଷଣା କରାଯାଇଥିଲା। ତେଣୁ ମାର୍ଚ୍ଚ ୧୭ତାରିଖରେ ଉଭୟ ଗୃହର ଅଧିବେଶନ ପୁନର୍ବାର ଆରମ୍ଭ ହେବ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ କରାଯାଇଛି।

ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ଏକ ବୁଲେଟିନ୍ ଅନୁଯାୟୀ, ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି ଯେ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇ ଏବଂ ଗୃହରେ ଘୋଷଣା କରାଯାଇଥିବା ଅନୁସାରେ, ୧୩ ମାର୍ଚ୍ଚ, ୨୦୨୫ ଗୁରୁବାର ପାଇଁ ସ୍ଥିର କରାଯାଇଥିବା ରାଜ୍ୟସଭାର ଅଧିବେଶନ ବାତିଲ କରାଯାଇଛି।

ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଛି। ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ୍ କାର୍ଯ୍ୟଦିବସରେ ମାର୍ଚ୍ଚ ୧୩ ତାରିଖ ଛୁଟି ନଥିଲା। ଏହି ଛୁଟି ଘୋଷଣା​‌ ହେବା ପରେ ବୁଧବାର ସାଂସଦମାନେ ସଂସଦ ପରିସରରେ ହୋଲି ଉତ୍ସବ ମନାଇବା ପୂର୍ବକ ପରସ୍ପରକୁ ରଙ୍ଗ ଲଗାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+