ଆନ୍ଧ୍ରପ୍ରଦେଶରେ ଶେଷ ହେଲା ଲୋକସଭା ଓ ବିଧାନସଭା ନିର୍ବାଚନ, ଫଳାଫଳକୁ ଅପେକ୍ଷା

ଆନ୍ଧ୍ରପ୍ରଦେଶରେ ଶେଷ ହେଲା ନିର୍ବାଚନ । ନିର୍ବାଚନ ଫଳାଫଳକୁ ଅପେକ୍ଷା । ଆଜି ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ପାଇଁ ନିଜର ନେତା ବାଛିଛନ୍ତି ଭୋଟର।

Andhra Pradesh

ରାଜ୍ୟରେ ଭୋଟିଂ ହାର ପ୍ରାୟ ୭୦% ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ଭୋଟିଂହାର ୬୮% ଥିଲା। ସମୟ ପରେ ମଧ୍ୟ କିଛି ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେଣୁ ଭୋଟିଂହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ନେଲ୍ଲୋରେ ୬୯.୯୫% ଭୋଟିଂ ହୋଇଥିବା ବେଳେ କାଣ୍ଡୁକୁରୁରେ ୭୪.୬୮% ଓ କୋଭଉରରେ ୭୩.୫୯% ମତଦାନ ହୋଇଛି। ଏବେ ସମସ୍ତେ ଜୁନ ୪କୁ ଅପେକ୍ଷା କରିଛନ୍ତି। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଇ।

ରାଜ୍ୟର ୨୫ଟି ଲୋକସଭା ଆସନ ପାଇଁ ୫୦୩ ଜଣ ପ୍ରାର୍ଥୀ ହୋଇଥିଲେ। ସେହିପରି ୧୭୫ ବିଧାନସଭା ଆସନ ଲାଗି ୨, ୭୦୫ ଜଣ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ ପୁଲିବେନ୍ଦୁଲା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଆସନରୁ ଲଢୁଛନ୍ତି। ପିଠାପୁରମ ବିଧାନସଭା ଆସନରୁ ଲଢୁଛନ୍ତି ଜନସେନା ମୁଖ୍ୟ ପବନ କଲ୍ୟାଣ।

ରାଜ୍ୟରେ ବିଜେପି-ଟିଡିପି ଓ ଜନସେନା ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ୬, ଡିଡିପି ୧୭ ଓ ଜନସେନା ୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+