31 ଅଗଷ୍ଟ ତାରିଖରେ ପ୍ରକାଶ ପାଇବ I.N.D.I.Aର ଲୋଗୋ, ମହା ମେଣ୍ଟକୁ ନେଇ ଏପରି କହିଲେ ସଞ୍ଜୟ ରାଉତ
India Alliance Meeting: 2024 ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ I.N.D.I.Aର ତୃତୀୟ ବୈଠକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ 'I.N.D.I.A'ର ଲୋଗୋ ମଧ୍ୟ ଉନ୍ମୋଚିତ କରାଯିବା ନେଇ ସୂଚନା ରହିଛି । ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ସୂଚନା ଅନୁସାରେ, 31 ଅଗଷ୍ଟ ସନ୍ଧ୍ୟାରେ ଇଣ୍ତିଆର ଉନ୍ମୋଚିତ କରାଯିବ ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, 'ବିରୋଧୀ ଦଳ 'I.N.D.I.A'ର ଦଳର ଲୋଗୋ ଭାରତର ନାଗରିକଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ। ଅଗଷ୍ଟ 31 ତାରିଖରେ ସନ୍ଧ୍ୟା 7 ଟାରେ ଏହା ଉନ୍ମୋଚିତ କରାଯିବ । ଏହି ସମୟରେ ଅନେକ ବିରୋଧି ଦଳ ନେତା ମୁମ୍ବାଇରେ ଉପସ୍ଥିତ ରହିବେ ।

ଶିବସେନା ଏହି ସଭାର ଆୟୋଜନ କରିବ
ଶିବସେନା ମୁମ୍ବାଇରେ ବିରୋଧୀ ଦଳର ବୈଠକ ଆୟୋଜନ କରିବାକୁ ଯାଉଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ବୈଠକ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଆୟୋଜନ କରିବେ। ଏହି ବୈଠକ ବିଷୟରେ ଅଧିକ ବିବରଣୀ ଦେଇ ସେ କହିଛନ୍ତି, ପ୍ରଥମ ଥର ଦେଶବାସୀ ଏହି ଲୋକ ଦେଖିବେ ।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ଲୋଗୋରେ ସବୁକିଛି ଅଛି ଯାହା ଲୋକଙ୍କୁ ଏକତ୍ରିତ ରଖିବା ପାଇଁ ଆବଶ୍ୟକ । ବୈଠକକୁ ନେଇ ସବୁ ଦଳରେ ଉତ୍ସାହ ରହିଛି । ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ, ଉତ୍ତର-ପୂର୍ବ ରାଜ୍ୟଗୁଡିକର କିଛି ଦଳ ଏହି ମିଳିତ ମଞ୍ଚରେ ଯୋଗ ଦେଇପାରନ୍ତି।
ଏହା ବ୍ୟତୀତ କଂଗ୍ରେସ ଦଳ ମଧ୍ୟ ଦାବି କରିଛି ଯେ, ବିଜେପି ନେତୃତ୍ୱାଧୀନ ମିଳିତ ଏନଡିଏର କିଛି ଦଳ ଇଣ୍ତିଆରେ ଯୋଗ ଦେଇପାରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, "ଏନଡିଏ ବୈଠକରେ ଯୋଗଦେଉଥିବା କିଛି ଦଳ ଆଗାମୀ ଦିନରେ ବିରୋଧୀ ଦଳରେ ସାମିଲ ହେବ । ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା 'ଇଣ୍ତିଆ' ମିଳିତ ମଞ୍ଚର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।












Click it and Unblock the Notifications