ଦିଲ୍ଲୀରେ ବଢ଼ିଲା ଲକଡାଉନ ଅବଧି

ରାଜଧାନୀ ଦିଲ୍ଲୀରେ ବେକାବୁ ହେଉଛି କରୋନା ସ୍ଥିତି। ଆଉ ସପ୍ତାହେ ପାଇଁ ବଢ଼ିଲା ଲକଡାଉନ୍ ଅବଧି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବେକାବୁ ହେଉଛି କରୋନା ସ୍ଥିତି। ଆଉ ସପ୍ତାହେ ପାଇଁ ବଢ଼ିଲା ଲକଡାଉନ୍ ଅବଧି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମେ ମାସ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଜାରି ରହିବ।

ସେହିପରି ଲକଡାଉନ ସମୟରେ ପଜିଟିଭ ହାର ପାଖାପାଖି ୩୬-୩୭ ପ୍ରତିଶତ ଯାଏଁ ପହଞ୍ଚିଛି। ପୂର୍ବରୁ ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ ୨୬ ତାରିଖ ସୋମବାର ଯାଏଁ ଲକଡାଉନ ଘୋଷଣା କରିଥିଲେ। ତଥାପି ଦିଲ୍ଲୀରେ ସଂକ୍ରମଣ କମିବାର ନାଁ ନେଇନାହିଁ। ଯାହା ସରକାର, ପ୍ରଶାସନ ଜନତାଙ୍କ ଚିନ୍ତା ବଢ଼ାଇଛି।

Delhi

ସଂକ୍ରମଣ ବଢି ଚାଲିଲାବେଳେ ହସ୍ପିଟାଲମାନଙ୍କରେ ବେଡ଼ କି ଅକ୍ସିଜେନ ମଧ୍ୟ ଉପଲବ୍ଧ ନାହିଁ। ଅନେକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହିଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଉ ସପ୍ତାହେ ଲକଡାଉନ ବଢାଇବାକୁ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୦୦ ଟପିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ହଜାର ୧୭୨ରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+