• search
For Quick Alerts
Turn On Notification  
For Daily Alerts

ତାମିଲନାଡୁରେ ମେ 10 ରୁ ଦୁଇ ସପ୍ତାହ ଯାଏଁ ଲକଡାଉନ୍, ଜାଣନ୍ତୁ କଣ ଖୋଲା କଣ ବନ୍ଦ

|

ଚେନ୍ନାଇ : ସାରା ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି । ପ୍ରତିଦିନ ପ୍ରାୟ 4 ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ସମୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ମେ ମାସ ମଧ୍ୟଭାଗରେ କରୋନା ସଂକ୍ରମଣ ଶିକରରେ ପହଞ୍ଚିବ ଏବଂ ଏହା ପରେ ମାମଲା କମିବା ଆରମ୍ଭ କରିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଶନିବାର ଦିନ ତାମିଲନାଡୁର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ରାଜ୍ୟରେ 2 ସପ୍ତାହ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁରେ ମେ 10 ରୁ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ୍ ମେ 24 ପର୍ଯ୍ୟନ୍ତ ଅମେ 10 ରୁ ଏହା ବଳବତ୍ତର ରହିବ ।

Lockdown

ଆୁଣଣଙ୍କୁ କହି ରଖୁଛୁ, ଅହେତୁକ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ତାମିଲନାଡୁ ହେଉଛି ଅନ୍ୟତମ ରାଜ୍ୟ । ସେଠାରେ 1 ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ଶୁକ୍ରବାର ଦିନ, ତାମିଲନାଡୁରେ 26 ହଜାର 465 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ କରୋନା ସଂକ୍ରମିତ ହୋଇ 197 ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ରୋଗୀ ଚିହ୍ନଟ ହେବା ପରେ ତାମିଲନାଡୁରେ ମୋଟ ମାମଲା 13 ଲକ୍ଷ 23 ହଜାର 965 କୁ ବୃଦ୍ଧି ପାଇଛି । ତେଣୁ ତାମିଲନାଡୁ ସରକାର ଲକଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ତାମିଲନାଡୁରେ କଣ ରହିବ ଖୋଲା କଣ ବନ୍ଦ...

  • କେବଳ ତେଜରାତି ଦୋକାନ, ମାଂସ ଦୋକାନ ଏବଂ କ୍ଷୀର ଦୋକାନ ସକାଳ 6 ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଖୋଲା ରହିବ ।
  • ଲକଡାଉନ୍ ସମୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ ।
  • ସମୁଦ୍ର କୂଳ ସଂପୂର୍ଣ୍ଣ ବନ୍ଦ ରହିବ ଏବଂ ସେଠାରେ କାହାକୁ ବୁଲିବାକୁ ଅନୁମତି ଦିଆଯିବ ନାହିଁ ।
  • ଏହି ସମୟରେ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
  • 10 ମଇରୁ 24 ମେ ପର୍ଯ୍ୟନ୍ତ ତାମିଲନାଡୁରେ ବସ୍, ଅଟୋ ଏବଂ ଟ୍ୟାକ୍ସି ସେବା ମଧ୍ୟ ବନ୍ଦ ରହିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tamil Nadu Government Imposed 14 days Lockdown in State.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X