ସଂକ୍ରମଣରେ ଲାଗୁନି ବ୍ରେକ: ମୁଖ୍ୟମନ୍ତ୍ରୀ ପୁଣି ବଢାଇଲେ ଲକଡାଉନ୍ ଅବଧି
ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ବିହାର ସରକାର
ପାଟନା : ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ବିହାରରେ ମଧ୍ୟ ସଂକ୍ରମଣରେ ବ୍ରେକ ଲାଗୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ବିହାର ସରକାର। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟ୍ଵିଟ୍ କରି କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୫ ତାରିଖରୁ ତିନି ସପ୍ତାହ ଯାଏଁ ଲକଡାଉନ କଟକଣା ଲାଗୁ କରାଯାଇଥିଲା। ରାଜ୍ୟରେ ଲକଡାଉନର ପ୍ରଭାବ ପଡୁଥିବାରୁ ଏହାକୁ ପୁଣି ଆଉ ସପ୍ତାହେ ବଢାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।












Click it and Unblock the Notifications