ଲୋନ ଆପ ସ୍କାମ ମାଧ୍ୟମରେ ଚୀନକୁ ଯାଇଛି 5 ଶହ କୋଟି, 22 ଗିରଫ
ଚୀନକୁ ଗଲା ପ୍ରାୟ 5ଶହ କୋଟି ଟଙ୍କା । ଚାଇନିଜ ଲୋନ ଆପ ମାଧ୍ୟମରେ ହୋଇଥିବା ଘୋଟାଲାରେ ଚୀନକୁ ଯାଇଛି ଏହି ଟଙ୍କା । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ ଅପରେସନ ୟୁନିଟ ଏହି ମାମଲାରେ ତଦନ୍ତ କରୁଥିଲା ।
ନୂଆଦିଲ୍ଲୀ: ଚୀନକୁ ଗଲା ପ୍ରାୟ 5ଶହ କୋଟି ଟଙ୍କା । ଚାଇନିଜ ଲୋନ ଆପ ମାଧ୍ୟମରେ ହୋଇଥିବା ଘୋଟାଲାରେ ଚୀନକୁ ଯାଇଛି ଏହି ଟଙ୍କା । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ ଅପରେସନ ୟୁନିଟ ଏହି ମାମଲାରେ ତଦନ୍ତ କରୁଥିଲା । ତଦନ୍ତ ବେଳେ ଏପରି କିଛି ତଥ୍ୟ ସାମ୍ନାକୁ ଆସିବା ସହ 22 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଏହି ଚାଇନିଜ ଲୋନ ଆପ ମାଧ୍ୟମରେ ଭାରତରୁ ହାଓ୍ବାଲା ରୁଟ ଓ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଚୀନକୁ 5 ଶହ କୋଟି ଟଙ୍କା ଯାଇଥିବା ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ସଂସ୍ଥା କହିଛି । କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ପୋଲିସର ଡେପୁଟି କମିଶନର କେ.ପି.ଏସ୍ ମାଲହୋତ୍ରା କହିଛନ୍ତି, "ତୁରନ୍ତ ଲୋନ ପ୍ରଦାନ କରିବା ପାଇଁ ବ୍ୟବହୃତ ହେଉଥିବା ଏହି ଆପ୍ଲିକେସନରେ ପ୍ରଥମେ ବ୍ୟକ୍ତିଙ୍କୁ ଲୋନ ପ୍ରଦାନ ଓ ପରେ ବିଭିନ୍ନ ବାହାନା ଦେଖାଇ ବ୍ଲାକମେଲିଂର ଅଭିଯୋଗ ଆସୁଛି ।
ପ୍ରଥମେ ବିନା କୌଣସି ତଥ୍ୟରେ ଲୋନ ପ୍ରଦାନ କରୁଛନ୍ତି । ଏହାପରେ ପରିଶୋଧ ପରେ ମଧ୍ୟ ନଗ୍ନ ଫଟୋ ଆଦି ବ୍ୟବହାର କରି ଲୋନ ନେଉଥିବା ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଛନ୍ତି ।"ଏପରି କରିବା ଦ୍ବାରା ଲୋନ ନେଇଥିବା ବ୍ୟକ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ପ୍ରଦାନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମାନେ ଚୀନ ନାଗରିକଙ୍କ ଦ୍ବାରା ପରିଚାଳିତ ହେଉଥିବା ସୂଚନା ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications