ସୁସ୍ଥ ହୋଇ ଘରକୁ ଫେରିଲେ ଆଡଭାନୀ
Advani's Health Condition Stable: ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଏଲ.କେ ଆଡଭାନୀଙ୍କୁ ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଦିନ ତାଙ୍କ ସ୍ୱାସ୍ଥବସ୍ଥାରେ ସୁଧାର ଆସିବାରୁ ଆଡଭାନୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ରହିଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଗୁରୁବାର ଅପରାହ୍ନରେ ଲାଲା କୃଷ୍ଣ ଆଡଭାନୀଙ୍କ ଅବସ୍ଥା ସ୍ଥିର ଥିଲା। ସ୍ନାୟୁବିଜ୍ଞାନ ବିଭାଗର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ବୁଧବାର ରାତି ପ୍ରାୟ 9 ଟା ସମୟରେ ଆପୋଲୋ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । ତାଙ୍କ ଝିଅ ପ୍ରତୀଭା ଆଡଭାନୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ଗତ ସପ୍ତାହ ଜୁନ୍ 26 ରେ ଲାଲ କୃଷ୍ଣ ଆଡଭାନୀଙ୍କୁ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା। ଏହା ପରଦିନ ଜୁନ୍ 27 ରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।












Click it and Unblock the Notifications