ଏନଡିଏ ବୈଠକରେ ଯୋଗଦେବେ ଏଲଜେପି ନେତା ଚିରାଗ ପାଶୱାନ, ନଡ୍ଡା କଲେ ନିମନ୍ତ୍ରଣ
ନୂଆଦିଲ୍ଲୀ: ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୮ ତାରିଖରେ ଦିଲ୍ଲୀରେ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ଯାଉଛି । ନୂଆଦିଲ୍ଲୀ ହୋଟେଲ ଅଶୋକରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଏହି ବୈଠକ । ତେବେ ଏହି ବୈଠକରେ ଯୋଗ ଦେବେ ଏଲଜେପି ନେତା ଚିରାଗ ପାଶୱାନ । ବିଜେପି ମୁଖିଆ ଜେପି ନଡ୍ଡା ନିଜେ ତାଙ୍କ ପାଖଖୁ ନିମନ୍ତ୍ରଣ ପଠାଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ୨୦୨୪ ନିର୍ବାଚନ ପୂର୍ବରୁ ଏହା ବିଜେପିର ରାଜନୈତିକ ଅଙ୍କକଶା ବୋଲି କୁହାଯାଉଛି ।
ନିମନ୍ତ୍ରଣ ଉପରେ ଚିରାଗ ପାସୱାନ୍ କହିଛନ୍ତି
ଏନଡିଏ ବୈଠକରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ଚିରାଗ ପାସୱାନ କହିଛନ୍ତି ଯେ, ଆଜି ଶନିବାର ଆମ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ପାଇଁ ଯାଉଛି । ଯେଉଁଥିରେ ଆମେ ସ୍ଥିର କରିବୁ ଯେ ଏନଡିଏ ବୈଠକରେ ଆମ ଦଳ ଯୋଗ ଦେବ ନା ନାହିଁ । ସେ ଆହୁରି କହିଛନ୍ତି, ୨୦୨୪ ନିର୍ବାଚନକୁ ନଜରରେ ରଖି ମେଣ୍ଟ ଗଠନ କରାଯିବ । ମନ୍ତ୍ରୀ ପଦ ପାଇଁ ଆମେ ଏକ ମେଣ୍ଟ ଗଠନ କରିବାକୁ ଯାଉନାହୁଁ ।

ସୂଚନା ଅନୁସାରେ, ୧୮ ଜୁଲାଇ ୨୦୨୩ ମଙ୍ଗଳବାର ଦିନ ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ହୋଟେଲ ଅଶୋକ ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏନଡିଏ ବୈଠକ ଅନୁଷ୍ଠିତ ହେବା ପାଇଁ ଯାଉଛି । ଏହି ବୈଠକରେ ଆଗାମୀ ନିର୍ବାଚନକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣି ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ତେବେ ଚିରାଗ ଏନଡିଏ ବୈଠକରେ ଯୋଗ ଦେବେ ବୋଲି କୁହାଯାଉଛି ।












Click it and Unblock the Notifications