ବ୍ରେଡ୍ ପ୍ୟାକେଟରେ ଜୀଅନ୍ତା ମୂଷା: ଟାର୍ଗେଟରେ ବ୍ଲିଙ୍କିଟ୍

ବ୍ରେଡ୍ ପ୍ୟାକେଟରୁ ବାହାରିଲା ଜୀଅନ୍ତା ମୂଷା । ସୋସିଆଲ ମିଡିଆରେ ହେଲା ଫୋଟ ଭାଇରାଲ ।

 Blinkit

Blinkit: ଆଜି କାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମାର୍କେଟ୍ ଯିବା ପାଇଁ ଆମ ସମସ୍ତଙ୍କ ପାଖରେ ଟାଇମ୍ ହେଉ ନାହିଁ । ଯେଉଁଥି ପାଇଁ ଘରେ ବସି ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁ କରୁଛେ ଅନଲାଇନ୍ ଅର୍ଡର । ଯେଉଁଥି ପାଇଁ ଅନେକ ଆପ୍ ମଧ୍ୟ ରହିଛି ଏବଂ ସୁବିଧାରେ ଆମକୁ ଦରକରୀ ସାମଗ୍ରୀ ଯୋଗାଇ ମଧ୍ୟ ଦେଉଛି ।


ଏହାରି ମଧ୍ୟରେ କିଛି ଆପ୍ ମଧ୍ୟରେ ଚାଲିଛି ପ୍ରତିଯୋଗିତା କିଏ କେତେ ଶୀଘ୍ର ଗ୍ରାହକ ପାଖରେ ପହଁଚାଇ ପାରୁଛି ଅର୍ଡର କରିଥିବା ସାମଗ୍ରୀ । ସବୁଠୁ କମ୍ ସମୟ ଅର୍ଥାତ୍ ଅର୍ଡର କରିବାର ୧୦ ମିନିଟ ମଧ୍ୟରେ ଆମ କବାଟ୍ ବାହାରେ ଆସି ପହଁଚୁଛି ଆମ ଦରକାରୀ ଜିନିଷ । ହେଲେ ଆଜି ୧୦ ମିନିଟରେ ଡିଲିଭର୍ କରିବା ପଡିଛି ଏକ ଆପ୍ ଉପରେ ମହଙ୍ଗା । ପୂର୍ବରୁ ତ ଆମେ ଶୁଣିଥିଲେ ଅନ୍ ଲାଇନ୍ ସପିଂ କଲେ ଠକାମିର ଶିକାର ହେବା ପାଇଁ ପଡୁଛି ହେଲେ ଏଥର ଏକ ଭିନ୍ନ ଅଭିଯୋଗ ଆସିଛି ସାମ୍ନାକୁ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ବେଶ୍ ଲୋକପ୍ରିୟ ଡେଲିଭରୀ କମ୍ପାନୀ 'ବ୍ଲିଙ୍କିଟ୍'ର ଅଡୁଆ ଏବେ ବଢିବାରେ ଲାଗିଛି । ଜଣେ ବ୍ୟକ୍ତି 'ବ୍ଲିଙ୍କିଟ୍'ରୁ ନିଜ ପାଇଁ ବ୍ରେଡ୍ ମଗାଇଥିଲେ । ଅର୍ଡର ଠିକ୍ ସମୟରେ ମଧ୍ୟ ଆସି ପହଞ୍ଚି ଯାଇଥିଲା ହେଲେ ଯେତେବେଳେ ନିତିନ୍ ନାମକ ଜଣେ ବ୍ୟକ୍ତି ଏହି ପ୍ୟାକେଟ୍ ଖୋଲିଥିଲେ ତାଙ୍କ ହୋସ୍ ଉଡିଯାଇଥିଲା । କାରଣ ବ୍ରେଡ୍ ପ୍ୟାକେଟରେ ଥିଲା ଏକ ଜୀବନ୍ତ ମୂଷା । ନୀତିନ ଅରୋଡା ଟ୍ୱିଟରରେ ଏହି ବ୍ରେଡ୍ ପ୍ୟାକେଟର ଫଟୋ ଏବଂ ଭିଡିଓ ସେୟାର କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ପାଇଁ ଏହି ଘଟଣା ଖୁବ୍ ଖରାପ ଥିଲା, ଯଦି ୧୦ ମିନିଟ୍ ଡେଲିଭରୀରେ ଏପରି ଜିନିଷ ମିଳୁଛି ତେବେ ଆଗକୁ ମୁଁ ଆଉ ବ୍ଲିଙ୍କିଟରୁ କିଛି ସାମଗ୍ରୀ ମଗାଇବା ପସନ୍ଦ କରିବି ନାହିଁ ବୋଲି କହିଛନ୍ତି ନୀତିନ ।

ତେବେ ଏହି ଫଟୋ ଭାଇରାଲ ହେବା ପରେ ବ୍ରେଡ୍ କମ୍ପାନୀ ସହ 'ବ୍ଲିଙ୍କିଟ୍'ଡେଲିଭରି ଆପକୁ ନେଇ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହେଉଛି । ମୂଷାର ଉପସ୍ଥିତି ବିଷୟରେ ଡେଲିଭରୀ କରିଥିବା ବ୍ୟକ୍ତି କିପରି ଜାଣି ପାରିଲେ ନାହିଁ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+