Get Updates
Get notified of breaking news, exclusive insights, and must-see stories!

LIVE: ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି, 125 ଏବେ ବି ନିଖୋଜ

ଉତ୍ତରାଖଣ୍ଡ ଚାମୋଲିରେ ଥିବା ନନ୍ଦା ଦେବୀ ଜାତୀୟ ଉଦ୍ୟାନ ଅନ୍ତର୍ଗତ କୋର ଜୋନରେ ଥିବା ଗ୍ଲେସିୟର ଖସିବା ହଇଚଇ ସୃଷ୍ଟି କରିଛି । ମୃତ ସଂଖ୍ୟା 3କୁ ବୃଦ୍ଧି ।

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚାମୋଲିରେ ଥିବା ନନ୍ଦା ଦେବୀ ଜାତୀୟ ଉଦ୍ୟାନ ଅନ୍ତର୍ଗତ କୋର ଜୋନରେ ଥିବା ଗ୍ଲେସିୟର ଖସିବା ହଇଚଇ ସୃଷ୍ଟି କରିଛି। ଖବର ଅନୁଯାୟୀ, ବର୍ଷା ଗ୍ରାମ ସ୍ଥିତ ଧୌଳି ଗଙ୍ଗା ନଦୀରେ ଥିବା ତାପୋଭାନ୍ ହାଇଡ୍ରୋ ପ୍ରକଳ୍ପର ବନ୍ଧ ଭାଙ୍ଗି ଯାଇଛି। ଗ୍ଲେସିୟର ଭାଙ୍ଗିବା ଦ୍ୱାରା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ 100 ରୁ 150 ଜଣ ଲୋକ ଭାସି ଯାଇଥିବାର ଆଶାଙ୍କ ରହିଛି ।

ଉତ୍ତରାଖଣ୍ଡ ହିମସ୍ଖଳନ

Feb 07, 2021, 8:20 pm IST

ITBP ଯବାନମାନେ ଉଦ୍ଧାର ହୋଇଥିବା ଲୋକଙ୍କୁ ଷ୍ଟ୍ରେଚରରେ ବୋହି ନେଉଛନ୍ତି । ଚାମୋଲିର ତାପୋଭାନ ନିକଟରେ ଏକ ଟନେଲରେ ଫସି ରହିଥିବା ସମସ୍ତ 16 ଜଣଙ୍କୁ ଉଦ୍ଧାର କରାଯାଇଛି।
Feb 07, 2021, 8:18 pm IST

ମୃତକଙ୍କ ପରିବାରଙ୍କୁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲାସିୟର୍ ଭୁସ୍ଖଳନ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ PMNRF ରୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁତର ଆହତମାନଙ୍କୁ 50,000 ଟଙ୍କା ପ୍ରଦାନ କରାଯିବ।
Feb 07, 2021, 8:13 pm IST

ଉତ୍ତରାଖଣ୍ଡ ସିଏମ ରାୱତ କହିଛନ୍ତି ଯେ, ବିଭନ୍ନ ଉପକରଣ ସହିତ 60 ଟି SDRF ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 180 ମେଣ୍ଢା ଓ ଛେଳି ସମେତ 5 ଜଣ ସ୍ଥାନୀୟ ଲୋକେ ବନ୍ୟାରେ ଭାସି ଯାଇଛନ୍ତି । ଏଥିସହ 125 ଜଣ ନିଖୋଜ ଅଛନ୍ତି।
Feb 07, 2021, 8:10 pm IST

ଉତ୍ତରାଖଣ୍ଡ ତ୍ରୀବେନ୍ଦ୍ର ସିଂ ରାୱତ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।
Feb 07, 2021, 8:09 pm IST

କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଉତ୍ତରାଖଣ୍ଡରେ ଗ୍ଲେସିୟର ଭୁସ୍ଖଳନ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ।
Feb 07, 2021, 8:07 pm IST

ITBP ଯବାନମାନେ ତପୋଭାନ ନିକଟ ଟନେଲରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରୁଛନ୍ତି ।
Feb 07, 2021, 4:43 pm IST

ଉତ୍ତରାଖଣ୍ଡର ଚାମୋଲିର ତାପୋଭାନ ଅଞ୍ଚଳର ରେନି ଗ୍ରାମରେ ଚାରିଟି ଆର୍ମି ଦଳ, ଦୁଇଟି ମେଡିକାଲ୍ ଟିମ୍ ଏବଂ ଗୋଟିଏ ଇଞ୍ଜିନିୟରିଂ ଟାସ୍କ ଫୋର୍ସ ନିୟୋଜିତ କରାଯାଇଛି । ଆର୍ମି ହେଲିକପ୍ଟରଗୁଡିକ ବିମାନ ଅବତରଣରେ ଅଛି: ଭାରତୀୟ ସେନା
Feb 07, 2021, 4:41 pm IST

ଜଳ ପ୍ରବାହ ହ୍ରାସ, ଶ୍ରୀନଗର ଡ୍ୟାମରେ ସ୍ଥିତି ସ୍ୱାଭାବିକ
Feb 07, 2021, 4:38 pm IST

ସାହାଯ୍ୟର ହାତ ବଢାଇଲେ କେଜ୍ରିୱାଲ

ଉତ୍ତରାଖଣ୍ଡ ବନ୍ୟାରେ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଟ୍ୱିଟ କରି ସେ ଲେଖିଛନ୍ତି, ଚାମୋଲି ଜିଲ୍ଲାରୁ ଆସିଥିବା ବିପର୍ଯ୍ୟୟର ଖବର ଅତ୍ୟନ୍ତ ଚିନ୍ତାଜନକ, ମୁଁ ସମସ୍ତ ଲୋକଙ୍କ ସୁରକ୍ଷା ଏବଂ ଦକ୍ଷତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଏହି କଷ୍ଟ ସମୟରେ ଉତ୍ତରପ୍ରଦେଶର ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି।
Feb 07, 2021, 4:35 pm IST

ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ୱାଗଙ୍କ ପ୍ରାର୍ଥନା

ଟ୍ୱିଟ କରି ଉତ୍ତରାଖଣ୍ଡ ଲୋକଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ ।
Feb 07, 2021, 4:25 pm IST

ଦେଖନ୍ତୁ ଭିଡିଓ-

ଫାଶରେ ପଡ଼ିଥିବା 16-17 ଲୋକଙ୍କୁ ଉଦ୍ଧାର କରିବା ପାଇଁ ITBP କର୍ମଚାରୀମାନେ ଚାମୋଲିର ତାପୋଭାନ ଡ୍ୟାମ ନିକଟରେ ଥିବା ଟନେଲ ନିକଟକୁ ଯାଇଛନ୍ତି ।
Feb 07, 2021, 4:22 pm IST

ଏହି ସ୍ଥାନରେ ପ୍ରାୟ 100 ଶ୍ରମିକଙ୍କ କାମ କରୁଥିବା ସମ୍ଭାବନା ରହିଛି। ନଦୀରୁ ଏପର୍ଯ୍ୟନ୍ତ 9-10 ମୃତଦେହ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ITBP ଡିଜି ଏସ୍ ଦେସୱାଲ୍ ।
Feb 07, 2021, 4:19 pm IST

ଲୋକଙ୍କ ସୁରକ୍ଷା କାମନା କଲେ ରାଷ୍ଟ୍ରପତି

ଲୋକଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରାର୍ଥନା କରିଛନ୍ତି।
Feb 07, 2021, 4:18 pm IST

ଜୋଶିମାଥ ଅଞ୍ଚଳ ବାହାରେ ଥିବା ମଲାରୀ ନିକଟରେ ଏକ ସୀମା ସଡକ ସଂଗଠନ ବ୍ରିଜ ବନ୍ୟା ଦ୍ୱାରା ଧୋଇ ହୋଇଯାଇଛି।
Feb 07, 2021, 4:18 pm IST

ଜୋଶିମାଥ ଅଞ୍ଚଳ ବାହାରେ ଥିବା ମଲାରୀ ନିକଟରେ ଏକ ସୀମା ସଡକ ସଂଗଠନ ବ୍ରିଜ ବନ୍ୟା ଦ୍ୱାରା ଧୋଇ ହୋଇଯାଇଛି।
Feb 07, 2021, 4:13 pm IST

ଆମେ ଉତ୍ତରାଖଣ୍ଡର ଚାମୋଲିର ଭୟଙ୍କର ବନ୍ୟା ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରୁଛୁ । ଆମର ଅଧିକାରୀମାନେ ସେଠାରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯେହେତୁ ଏହା ଗଙ୍ଗା ନଦୀ ବିଷୟରେ, ଆମକୁ ସତର୍କ ରହିବାକୁ ପଡିବ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
Feb 07, 2021, 4:12 pm IST

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ସେନା ପକ୍ଷରୁ ଚପର ଓ ଟ୍ରୁଫସର ନିୟୋଜିତ ଅଛନ୍ତି । ଋଷିକେଶ ନିକଟରେ ଥିବା ମିଲିଟାରୀ ଷ୍ଟେସନ ସ୍ଥାନୀୟ ପ୍ରଶାସନ ସହିତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ସମନ୍ୱୟରେ ସକ୍ରିୟ ଭାବରେ ଜଡିତ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖୁଛି ସେନା ମୁଖ୍ୟାଳୟ : ସେନା
Feb 07, 2021, 4:11 pm IST

ସହାନୁଭୁତି ଜଣାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସହାନୁଭୁତି ଜଣାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Feb 07, 2021, 3:32 pm IST

ତାପୋଭାନ ଡ୍ୟାମରେ ଫସି ରହିଥିବା 16 ଜଣଙ୍କୁ ପୋଲିସ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି: ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର
Feb 07, 2021, 3:31 pm IST

ସେନା ଅଧିକାରୀଙ୍କ ଅନୁଯାୟୀ ପ୍ରାୟ 600 ଯବାନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି ।
Feb 07, 2021, 3:26 pm IST

ଉତ୍ତରାଖଣ୍ଡ ହିମସ୍ଖଳନ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର

ଉତ୍ତରାଖଣ୍ଡ ହିମସ୍ଖଳନ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର
ଉତ୍ତରାଖଣ୍ଡ ହିମସ୍ଖଳନ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ୱର
Feb 07, 2021, 3:24 pm IST

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଚାମୋଲିର ତାପୋଭାନ ଅଞ୍ଚଳର ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି ।
Feb 07, 2021, 3:19 pm IST

ITBP ଅନୁଯାୟୀ, ତପୋଭାନ ଅଞ୍ଚଳରେ ଅବସ୍ଥିତ ଏନଟିପିସି ସାଇଟରୁ 3ଟି ମୃତଦେହ ଉଦ୍ଧାର କରାଯାଇଛି।
Feb 07, 2021, 2:53 pm IST

ଆଉ କିଛି ଏନଡିଆରଏଫ ଦଳକୁ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ପଠାଯାଉଛି । ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ : ଗୃହମନ୍ତ୍ରୀ ଅମିତ ଶାହା
Feb 07, 2021, 2:51 pm IST

ଉତ୍ତରାଖଣ୍ଡର ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ, ମୁଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ , ITBP ଏବଂ NDRF ର ଡିଜିଙ୍କ ସହ କଥା ହୋଇଛି । ସମ୍ପୃକ୍ତ ସମସ୍ତ ଅଧିକାରୀ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ NDRF ଦଳ ଯାଇଛନ୍ତି । ଏହି ଦେବଭୂମୀକୁ ପ୍ରତ୍ୟେକ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ : ଗୃହମନ୍ତ୍ରୀ ଅମିତ ଶାହା
Feb 07, 2021, 2:51 pm IST

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଦେହରାଡୁନ୍ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ବାୟୁସେନାର ଦୁଇଟି ଏମଆଇ -17 ଏବଂ ଗୋଟିଏ ଏଲ୍ଏଚ୍ ଧ୍ରବ୍ ଚପର ସମେତ ତିନୋଟି ଚପର୍ ନିୟୋଜିତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ଆବଶ୍ୟକତା ଅନୁଯାୟୀ ଅଧିକ ବିମାନ ନିୟୋଜିତ ହେବ: IAF ଅଧିକାରୀ ।
Feb 07, 2021, 2:44 pm IST

ଦେଖନ୍ତୁ, ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନର ଦୃଶ୍ୟ

ଦେଖନ୍ତୁ, ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନର ଦୃଶ୍ୟ
Feb 07, 2021, 2:43 pm IST

ଦେଖନ୍ତୁ, ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନର ଦୃଶ୍ୟ

ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ
Feb 07, 2021, 2:41 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା

ଆସାମରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ପରିସ୍ଥିତିର ସମୀକ୍ଷା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ଘଟଣା ନେଇ କଥା ହୋଇଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Feb 07, 2021, 2:40 pm IST

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନର ଦୃଶ୍ୟ

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନର ଦୃଶ୍ୟ
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+