Get Updates
Get notified of breaking news, exclusive insights, and must-see stories!

କାଲି ବେଙ୍ଗାଲୁରୁରେ ଗର୍ଜିବେ ବିରୋଧୀ: ଦେଖନ୍ତୁ, ଆପ୍ ସହିତ ବୈଠକରେ ସାମିଲ ହେଉଛନ୍ତି ଆଉ କେଉଁ କେଉଁ ଦଳ ?

ବେଙ୍ଗାଲୁରୁ: ଭାରତୀୟ ଜାତୀୟ କଂଗ୍ରେସ (INC) ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ଜୁଲାଇ 17 ଏବଂ 18 ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଗତ ଜୁନ୍ 23 ରେ ବିହାର ସିଏମ୍ ନୀତୀଶ କୁମାରଙ୍କ ଦ୍ୱାରା ପାଟନାରେ ଡକାଯାଇଥିବା ସଭା ପରେ ଆସନ୍ତାକାଲି ଏହା ଦ୍ୱିତୀୟ ବିରୋଧୀ ଦଳ ବୈଠକ ହେବାକୁ ଯାଉଛି ।

ବରିଷ୍ଠ ନେତାମାନେ କିଏ ଉପସ୍ଥିତ ଅଛନ୍ତି ?

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜ ପୂର୍ବରୁ ଏକତା ବୈଠକରେ ଅଂଶଗ୍ରହଣ କରିବାକୁ ବରିଷ୍ଠ ବିରୋଧୀଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ । 2024 ମସିହାରେ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ଦଳକୁ ନେଇ ରଣନୀତି ଉପରେ ଆଲୋଚନା ହେବ । ଆସନ୍ତାକାଲି ହେବାକୁ ଥିବାବୈଠକରେ ମୋଟ୍ 24 ଦଳ ଅଂଶଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।

ବୈଠକରେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯୋଗଦେବେ । ସୋନିଆ ଗାନ୍ଧୀ ସୋମବାର ସନ୍ଧ୍ୟାରେ ସମସ୍ତ ନେତାଙ୍କ ସହ ରାତ୍ରୀ ଭୋଜନ କରିବେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସଭାରେ ତାଙ୍କ ଉପସ୍ଥିତିକୁ ନିଶ୍ଚିତ କରିସାରିଛନ୍ତି । ଏହି ସଭାରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକୁର, ସଞ୍ଜୟ ରାଉତ ଏବଂ ଆଦିତ୍ୟ ଥାକେରୀ ମଧ୍ୟ ଯୋଗଦେବେ ।

opposition meeting

ବିହାର ସିଏମ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ବୈଠକ ପାଇଁ ସେମାନେ ସୋମବାର ବେଙ୍ଗାଲୁରୁ ଯାତ୍ରା କରିବେ । ତାମିଲନାଡୁର ସିଏମ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଏହି ବୈଠକରେ ତାଙ୍କର ଉପସ୍ଥାନକୁ ନିଶ୍ଚିତ କରିଥିବା ପ୍ରଥମ ନେତାଙ୍କ ମଧ୍ୟରୁ ଜଣେ । ସେହିପରି ଦିଲ୍ଲୀ ସିଏମ ତଥା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବେଙ୍ଗାଲୁରୁ ସଭାରେ ଯୋଗ ଦେବେ । ଏନେଇ ଦଳ ସ୍ପଷ୍ଟ କରି ସାରିଛି ।

କାରଣ ଗତକାଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିଥିବା ଦଳୀୟ ବୈଠକରେ କଂଗ୍ରେସ ସ୍ପଷ୍ଟ କରିଛି କି ସଂସଦରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବ । ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସ୍ପଷ୍ଟ କରିବା ପରେ ଆମ୍ ଆଦମୀ ପାର୍ଟି ବିରୋଧ ମେଣ୍ଟ ବୈଠକରେ ଯୋଗ ଦେବା ନେଇ ନିଷ୍ପତ୍ତି କରିଛି । ଏନେଇ ରବିବାର ଦିନ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ତେବେ ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ଆଦି ଦଳମାନେ ଏହି ବୈଠକରେ ଯୋଗ ଦେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+