ଆମେରିକା ଭିସା ଚାହୁଁଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ ! ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ.....

ଆମେରିକା ଭିସା ସୁରକ୍ଷା ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରି ଏକ ନୂଆ ନିୟମ ଲାଗୁ କରିଛି। ଏଣିକି ଭିସା ଆବେଦନକାରୀଙ୍କୁ ଗତ ପାଞ୍ଚ ବର୍ଷର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମର ୟୁଜରନେମ୍ କିମ୍ବା ହ୍ୟାଣ୍ଡେଲ କହିବାକୁ ପଡ଼ିବ। ଗୁରୁବାର ଆମେରିକା ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ, ଯଦି କୌଣସି ଆବେଦନକାରୀ ସୋସିଆଲ ମିଡିଆ ସୂଚନା ଲୁଚାନ୍ତି, ତେବେ ତାଙ୍କ ଭିସା କେବଳ ରଦ୍ଦ ହେବନାହିଁ ବରଂ ଭବିଷ୍ୟତରେ ଭିସା ପାଇଁ ତାଙ୍କୁ ଅଯୋଗ୍ୟ ମଧ୍ୟ ଘୋଷଣା କରାଯାଇପାରେ।

ଦୂତାବାସ ଏହାର ଅଫିସିଆଲ 'ଏକ୍ସ' ଆକାଉଣ୍ଟ ଜରିଆରେ କହିଛି ଯେ, ''ଭିସା ଆବେଦନକାରୀମାନଙ୍କୁ DS-160 ଫର୍ମରେ ଗତ ପାଞ୍ଚ ବର୍ଷର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ କହିବାକୁ ପଡ଼ିବ। ଆବେଦନ କରିବା ପୂର୍ବରୁ ସେମାନେ ଏହା ପ୍ରମାଣ କରିବେ ଯେ, ଦିଆଯାଇଥିବା ତଥ୍ୟ ସତ୍ୟ ଏବଂ ସମ୍ପୂର୍ଣ୍ଣ।''

america

ଦୂତାବାସ ଅନୁଯାୟୀ, ଏଫ (F), ଏମ (M), ଏବଂ ଜେ (J) ଶ୍ରେଣୀର ଷ୍ଟୁଡେଣ୍ଟ ଭିସା ଆବେଦନକାରୀଙ୍କୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ପବ୍ଲିକ କରିବାକୁ ପଡ଼ିବ, ଯାହା ଦ୍ୱାରା ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରାଯାଇପାରିବ। ଏହି ନିୟମ ଆମେରିକୀୟ ଆଇନ ଅନୁଯାୟୀ ଆବେଦନକାରୀଙ୍କ ପରିଚୟ ଓ ଯୋଗ୍ୟତା ନିରୂପଣ ପାଇଁ ଲାଗୁ ହେଉଛି।

ଆମେରିକା ଦୂତାବାସ ତାର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏକ୍ସର କହିଛି, "ଭିସା ଆବେଦନକାରୀମାନଙ୍କୁ DS-୧୬୦ ଭିସା ଆବେଦନରେ ବିଗତ ୫ ବର୍ଷ ମଧ୍ୟରେ ବ୍ୟବହୃତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ, ୟୁଜରନେମ୍ କିମ୍ବା ହ୍ୟାଣ୍ଡେଲଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ପଡିବ,"। ଆବେଦନକାରୀମାନେ ଫର୍ମରେ ସ୍ୱାକ୍ଷର କରିବା ଏବଂ ଦାଖଲ କରିବା ପୂର୍ବରୁ ପ୍ରମାଣିତ କରିବା ଉଚିତ ଯେ ସେମାନଙ୍କର ଭିସା ଆବେଦନରେ ପ୍ରଦାନ କରାଯାଇଥିବା ସୂଚନା ସଠିକ୍ ଅଟେ ।

ଆହୁରି ମଧ୍ୟ କୁହାଯାଇଛି ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡ଼ିଆ ସମ୍ବନ୍ଧରେ କୌଣସି ତଥ୍ୟ ଗୋପନୀୟ ରଖନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ଭିସା ତତକ୍ଷଣାତ ରଦ୍ଦ କରାଯିବ । ତ୍ୱରିତ ପ୍ରଭାବ ସ୍ୱରୁପ, F, M କିମ୍ବା J ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ଗୋପନୀୟତା ସେଟିଂସ୍ ସାର୍ବଜନୀନ କରିବାକୁ ଅନୁରୋଧ କରାଯାଇଛି । ଯାହା ଦ୍ଵାରା ଆମେରିକାର ଆଇନ ଅନୁଯାୟୀ ସେମାନଙ୍କର ପରିଚୟ ଏବଂ ଆମେରିକାରେ ଗ୍ରହଣୀୟତା ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ତଦନ୍ତ କରାଯାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+