Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରାଜ୍ୟରେ ବନ୍ଦ ରହିବ ମଦ-ମାଂସ ଦୋକାନ

Ram Mandir: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରାଣ ପ୍ରତିଷ୍ଠା । ଯେଉଁଥି ପାଇଁ ଶୁଭ ସମୟ ଧାର୍ଯ୍ୟ ହୋଇସାରିଛି ଏବଂ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଦୀର୍ଘ ୫ ଶହ ବର୍ଷର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି ଯେଉଁଥି ପାଇଁ କେବଳ ଉତ୍ତର ପ୍ରଦେଶ ନୁହେଁ ପୂରା ଭାରତରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି ।

ରିପୋର୍ଟ ଅନୁସାରେ, ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସେହିପରି ଉତ୍ତର ପ୍ରଦେଶରେ ଜାନୁଆରୀ ୨୨ରେ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ ଏହା ସହ ସମସ୍ତ ମାଂସ ଦୋକାନ ମଧ୍ୟ ବନ୍ଦ ରଖାଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହ ରାଜ୍ୟବାସୀଙ୍କୁ ଦୀପାବଳି ମନେଇବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥା ।

Ram Mandir

କେବେଳ ଉତ୍ତର ପ୍ରଦେଶରେ ନୁହେଁ ଗୋଆରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଏହା ସହ ଦୀପ ଜାଳିବା ପାଇଁ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ତାଙ୍କ ରାଜ୍ୟବାସୀଙ୍କୁ 22 ଜାନୁଆରୀକୁ ବିଶେଷ ଦିବସ ଭାବେ ପାଳନ କରିବା ପାଇଁ ସୂଚନା ଦେଇଛନ୍ତି ।

ଜାନୁଆରୀ ୨୨ରେ ମଧ୍ୟ ପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ସହ ମଦ ଏବଂ ମାଂସ ଦୋକାନ ବନ୍ଦ ରହିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଛତିଶଗଡ ଏବଂ ହରିଆଣାରେ ମଧ୍ୟ ସରକାରୀ ଛୁଟି ଘୋଷଣା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+