ମଦ ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ସିସୋଦିଆ

ମଦ ଦୁର୍ନୀତି ମାମଲା । ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଗତ କାଲି ତାଙ୍କୁ ସିବିଆଇ ଅଫିସରେ ୭ରୁ ୮ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଥିଲା ।

Manish Sisodia

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲା । ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଗତ କାଲି ତାଙ୍କୁ ସିବିଆଇ ଅଫିସରେ ୭ରୁ ୮ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଥିଲା । କୋର୍ଟରେ ହାଜର କରିବା ପରେ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ତପେ ନେବାକୁ ଅନୁମତି ମାଗିବେ ତଦନ୍ତକାରୀ ଅଧିକାରୀ ।

ସୂଚନାଥାଉ ଯେ, ଗତକାଲି ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆ ଏକ ରୋଡ ଶୋ' କରିଥିଲେ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଧିକ ଜେରା କରିବା ପାଇଁ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇଥିଲା । ଯାହା ପରେ ସିସୋଦିଆ ୭ଦିନର ସମୟ ମାଗିଥିଲେ । CBI ତାଙ୍କୁ ସାତ ଦିନର ସମୟ ମଧ୍ୟ ଦେଇଥିଲା । ଯାହା ପରେ ଗତକାଲି ସିସୋଦିଆ CBIରେ ହାଜର ହୋଇଥିଲେ ।

ଦୀର୍ଘ ସମୟ ଜେରା କରାଯିବା ପରେ ତାଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ଗିରଫ କରିଥିବା ନେଇ ସୂଚନା ରହିଛି । CBI ସୂଚନା ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ମାମଲା ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀରେ ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହି ମାମଲାରେ ସିସୋଦିଆଙ୍କୁ ପ୍ରଥମ ଥର ଗତ ବର୍ଷ ଅକ୍ଟୋବର ୧୭ରେ ଜେରା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+