ମଦ ଦୁର୍ନୀତି ମାମଲା:କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ଇଡି ନୋଟିସ୍

ମଦ ଦୁର୍ନୀତି ମାମଲା । ଇଡି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସିଚିବ ବିଭବ କୁମାରଙ୍କୁ ସମନ ପଠାଇଛି ।

Arvind Kejriwal

ନୂଆ ଦିଲ୍ଲୀ: ମଦ ଦୁର୍ନୀତି ମାମଲା । ଇଡି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସିଚିବ ବିଭବ କୁମାରଙ୍କୁ ସମନ ପଠାଇଛି । ଖୁବ ଶୀଘ୍ର ମଦ ଦୁର୍ନୀତି ମାମଲାକୁ ନେଇ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିବ । ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କୁ ଜେରା କରିସାରିଛି ଇଡି ।

ସୂଚନାଥାଉ ଯେ, ଏହି ମାମଲାକୁ ନେଇ ସିବିଆଇ ଯାଞ୍ଚ କରୁଛି । ଚାର୍ଜସିଟରେ କେଜ୍ରିୱାଲଙ୍କ ନାଁ ଉଲ୍ଲେଖ ହେବାର କିଛି ସପ୍ତାହ ପରେ ତାଙ୍କ ପିଏକୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ତେବେ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ଯେ, ଅନ୍ୟଏକ ମଦ ବ୍ୟବସାୟା ଏବଂ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସମୀନ ମହେନ୍ଦ୍ରୁ ଭିଡିଓ କଲ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତା କରିଥିଲେ । ମଦ ଦୁର୍ନୀତି ମାମଲକୁ ନେଇ ବିଜେପି ଅନେକ ଥର ଆପକୁ ଟାର୍ଗେଟ୍ କରୁଛି ।

ଏହି ମାମଲାରେ ପୂର୍ବରୁ ସିବିଆଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ହାଜର ହେବା ପାଇଁ ସମର ପଠାଇସାରିଛି । ଯାହା ପରେ ଦିଲ୍ଲୀ ବଜେଟ୍ ପାଇଁ ସିସୋଦିଆ ଏକ ସପ୍ତାହର ସମୟ ମାଗିଥିଲେ ଏବଂ ତାଙ୍କ ଅନୁରୋଧ ଗ୍ରହଣ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+