ବଢିଲା ଅବଧି: ମେ'୧୨ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ । ମେ'୧୨ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ
ଗଲେ ସିସୋଦିଆ । ସିବିଆଇ ମାମଲାରେ ନ୍ୟାୟିକ ହେପାଜତ ଶେଷ ହେବା ପରେ ଗୁରୁବାର ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା ।
ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ କହିଛନ୍ତି ଯେ, ମାମଲାର ତଦନ୍ତ ଶେଷ ହୋଇଛି କି ନାହିଁ ସିବିଆଇ କହିବା ଉଚିତ, ସିବିଆଇ ମୋତେ ଷଡଯନ୍ତ୍ରକାରୀ ବୋଲି କହିଛି । ସେ ଆହୁରି କହିଛନ୍ତି, ସିବିଆଇକୁ କୋର୍ଟ ପଚାରିଥିଲେ ଯେ ତଦନ୍ତ ଶେଷ ହୋଇଛି ନା ନାହିଁ । ଯାହା ଉତ୍ତରରେ ସିବିଆଇ କହିଥିଲା ଯେ ବର୍ତ୍ତମାନ ତଦନ୍ତ ଶେଷ ହୋଇସାରିଛି ।

ମଦ ନୀତିରେ ହୋଇଥିବା ଅନିୟମିତତାକୁ ସିବିଆଇ ଯାଞ୍ଚ କରୁଛି । ଏହି ମାମଲାରେ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଙ୍ଗଳବାର ନିଜେ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ।
ଏହା ପ୍ରଥମ ଥର ଥିଲା ଯେ ସିସୋଦିଆ ନାଁ ଏକ ଚାର୍ଜସିଟରେ ନାମିତ ହୋଇଥିଲା । ଏହି ଚାର୍ଜସିଟ୍ ଉପରେ ବିଚାର କରି କୋର୍ଟ ମଇ ୧୨ ତାରିଖ ଶୁଣାଣି କରିବେ । ଏହା ବ୍ୟତୀତ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ କୋର୍ଟ ଏପ୍ରିଲ ୨୮ରେ ଘୋଷଣା କରିପାରନ୍ତି । ସିସୋଦିଆଙ୍କ ଆବେଦନ ଉପରେ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିର୍ଦ୍ଦେଶ ସଂରକ୍ଷିତ ରଖିଥିଲେ ।












Click it and Unblock the Notifications