ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡି ରାଡରରେ ଆଉ ଜଣେ ଆପ୍ ନେତା
Delhi Liquor Policy Case: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଉ ଜଣେ ଆପ୍ ନେତାଙ୍କୁ ସମନ ଜାରି କଲା ଇଡି । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳସ ଗେହଲଟଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ ପଠାଇଛି । ତେବେ ଗେହଲଟ ବର୍ତ୍ତମାନ ନାଜଫଗଡ଼ ବିଧାକ ଅଛନ୍ତି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାର କିଛି ଦିନ ପରେ ଗେହଲଟଙ୍କୁ ପ୍ରଥମ ଥର ପାଇଁ ଡକାଯାଇଛି।

ପିଟିଆଇ ରିପୋର୍ଟ ଅନୁଯାୟୀ, କୈଳାଶ ଗେହଲଟଙ୍କୁ ଆଜି ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି । 49 ବର୍ଷିୟ କୈଲାଶ ଗେହଲଟ୍, ଦିଲ୍ଲୀର ନଜାଫଗଡର ଆମ୍ ଆଦମୀ ପାର୍ଟି ବିଧାୟକ ସହ ସେ ଦିଲ୍ଲୀ ସରକାରଙ୍କ ପରିବହନ, ଗୃହ ଓ ଆଇନ ମନ୍ତ୍ରୀ ମଧ୍ୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାର ସେ ଡ୍ରାଫ୍ଟ ପ୍ରସ୍ତୁତକାରୀ ବୋଲି ଇଡି ଦାବି କରିଛି । ସେ ସାଉଥ୍ ଗ୍ରୁପକୁ ଲିକର ପଲିସି ଡ୍ରାଫ୍ଟ ଲିକ୍ କରିଥିବା ନେଇ ଇଡି ଅଭିଯୋଗ ଆଣିଛି ।
ସୂତ୍ର ଅନୁସାରେ, ଗେହଲୋଟଙ୍କୁ ଏହି ମାମଲାରେ ପଚରାଉଚରା କରାଯିବ ଏବଂ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରାଯିବ । ନାଜଫଗଡର ବିଧାୟକ ଗେହଲୋଟ୍ ଏହି ପ୍ୟାନେଲର ଏକ ଅଂଶ ଥିଲେ । ଲିକର୍ ପଲିସି ଚିଠା ପ୍ରସ୍ତୁତ କରିବା ପାଇଁ ଆପ୍ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ଗେହଲଡ ନିଜ ସରକରୀ ବାସଭବନ ବ୍ୟବହାର କରିବା ପାଇଁ ମଧ୍ୟ ଅନୁମତି ଦେଇଥିବା ନେଇ ଇଡି ଦାବି କରିଛି । ଏହା ସେ ବାରମ୍ବାର ନିଜ ଫୋନ ନମ୍ବର ମଧ୍ୟ ବଦଳାଉଥିବା ନେଇ ଖବର ରହିଛି ।
ସୂଚନାଥାଉ ଯେ, 18 ମାର୍ଚ୍ଚରେ କୋର୍ଟରେ ହାଜର ହେବା ପରେ କେଜ୍ରିୱାଲ ବର୍ତ୍ତମାନ ଏପ୍ରିଲ 1 ପର୍ଯ୍ୟନ୍ତ ଇଡି ରିମାଣ୍ତରେ ଅଛନ୍ତି । ଏହି ମାମଲାରେ କେଜ୍ରିୱାଲଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମଦ ନୀତି ମାମଲାରେ ଗିରଫ କରାଯାଇଛି।












Click it and Unblock the Notifications