ମଦ ଦୁର୍ନୀତି ମାମଲା:CBI ରେ ହାଜର ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ମଦ ଦୁର୍ନୀତି ମାମଲା । ଆଜି ପୁଣି CBI ରେ ହାଜର ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଆଜି ସିବିଆଇ ମୁଖ୍ୟ କାର୍ଯାଳୟରେ ତାଙ୍କୁ ଜେରା କରାଯିବ ।

Manish Sisodia

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲା । ଆଜି ପୁଣି CBI ରେ ହାଜର ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଆଜି ସିବିଆଇ ମୁଖ୍ୟ କାର୍ଯାଳୟରେ ତାଙ୍କୁ ଜେରା କରାଯିବ । ସୂଚନା ଅନୁସାରେ, ସିବିଆଇ ଅଫିସ ଯିବା ପୂର୍ବରୁ ମନୀଷ ସିସୋଦିଆ ନିଜ ମାଁଙ୍କ ଆଶୀର୍ବାଦ ନେଇଛନ୍ତି ।

ପୂର୍ବରୁ ସିସୋଦିଆଙ୍କୁ ଫେବୃଆରୀ ୧୯ ତାରିଖରେ ହାଜର ହେବା ପାଇଁ ନୋଟିନ୍ ଜାରି କରାଯାଇଥିଲା ହେଲେ ଦିଲ୍ଲୀ ବଜେଟ୍ ପାଇଁ ସେ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ଯେଉଁଥି ପାଇଁ ସିବିଆଇ ପକ୍ଷରୁ ମଧ୍ୟ ତାଙ୍କୁ ଅନୁମତି ମିଳିଥିଲା ।

ସେପଟେ ରାଜଘାଟରେ ନିଜ ଶକ୍ତି ପ୍ରଦର୍ଶନ କରିଛି ଆପ୍ । ହାତରେ ପ୍ଲାକାର୍ଡ ଧରି ରାଜଘାଟରେ ବିଭିନ୍ନ ନାରାବାଜୀ କରାଯାଉଛି । ତେବେ ଆଶା କରାଯାଉଛି ଯେ ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କୁ ଆଜି ଗିରଫ କରାଯାଇ ପାରେ ବୋଲି । ସିରୁକ୍ଷାକୁ ଦୃଷ୍ଟିରେ ରଖି ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ଲାଗୁ କରାଯାଇଛି । ଦିଲ୍ଲୀ ପୋଲିସ ବ୍ୟାନର ମଧ୍ୟ ଲଗାଇଛି । ସେହିପରି ସିସୋଦିଆଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ରାଜ୍ୟପାଳ ଭି.କେ ସେକ୍ସେନା । ଯାହାକୁ ଆପ୍ ସରକାର ପ୍ରତ୍ୟାହାର କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+