IRCTC ସହ କରନ୍ତୁ ଆଧାର କାର୍ଡ ଲିଙ୍କ୍‌; ନଚେତ ହୋଇପାରିବନି ତତ୍କାଳ ଟିକେଟ୍‌

ସକାଳେ ଖାଲି ପେଟରେ ଖାଉଥିବା କିମ୍ବା ପିଉଥିବା ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କିପରି ହେବ ତାହା ନିର୍ଣ୍ଣୟ କରେ। ଯଦି ଆପଣ ଖାଲି ପେଟରେ ସୁସ୍ଥ ଖାଦ୍ୟ ଖାଆନ୍ତି, ତେବେ ଆପଣ ସାରା ଦିନ ଆକ୍ଟିଭ୍‌ ରହିବେ।ପ୍ରତିଦିନ ଅନେକ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି ।

ଦୂର ସ୍ଥାନକୁ ଯାତ୍ରା କରିବାକୁ ହେଲେ ଜଣେ ସାଧାରଣ ଲୋକଟିଏ ଟ୍ରେନ ଉପରେ ନିର୍ଭର କରେ । ତେଣୁ ଯଦି ଆପଣ ବି ନିୟମିତ ବା କିଛି ଅନ୍ତରାଳରେ ଯାତ୍ରା କରନ୍ତି ତେବେ IRCTCର ନୂଆ ନିୟମ ଜାଣିନିଅନ୍ତୁ । ଏବେ ତତ୍କାଳ ସମେତ ଯେକୌଣସି ଟିକେଟ୍‌ ବୁକ୍‌ କରିବାକୁ ହେଲେ ଆପଣଙ୍କୁ ନିଜ ଆଧାର ବା ପ୍ୟାନ୍‌ କାର୍ଡକୁ ଆଇଆରସିଟିଟି ସହ ଲିଙ୍କ୍‌ କରିବାକୁ ପଡ଼ିବ । ଏହି ନିୟମକୁ ବାଧ୍ୟତାମୂଳକ କରାୟାଇଛି । ଏପରି ନକଲେ ଆପଣ IRCTCରେ ଟିକେଟ୍‌ ବୁକିଂ କରିବାରୁ ବଞ୍ଚିତ ହେବେ ।

Link Aadhaar card with IRCTC

IRCTC ଆକାଉଣ୍ଟ ସହ କିପରି ତତ୍କାଳ ଓ ରିଜର୍ଭେସନ ଟିକେଟ୍‌ ବୁକିଂ କରିବେ ? ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଷ୍ଟେପ-ବାଏ-ଷ୍ଟେପ କହିବାକୁ ଯାଉଛୁ । ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:

ଷ୍ଟେପ-1: ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ଥିବା IRCTC ୱେବସାଇଟ୍ ବା ଆପ୍ ଖୋଲିବାକୁ ପଡ଼ିବ।
ଷ୍ଟେପ-2: ଏହାପରେ ଆପଣ ସ୍କ୍ରିନରେ ଏକ ନୂତନ ବିଜ୍ଞପ୍ତି ଦେଖିବେ, ଯେଉଁଥିରେ ଲେଖାଯିବ ଯେ 1 ଜୁଲାଇ, 2025ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ, ଆପଣଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଆଧାର ସହିତ ଆପଣଙ୍କର ଆକାଉଣ୍ଟକୁ ପ୍ରମାଣିତ କରିବାକୁ ପଡ଼ିବ।
ଷ୍ଟେପ-3: ଏହାପରେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ ପଡ଼ିବ।
ଷ୍ଟେପ-4: ଏବେ ଆପଣଙ୍କୁ ୱେବସାଇଟ୍ ଏବଂ ଆପ୍ ଉଭୟରେ ଥିବା 'My Account' ସେକ୍ସନକୁ ଯିବାକୁ ପଡ଼ିବ।
ଷ୍ଟେପ-5: 'My Account'କୁ ଯିବା ପରେ ଏହା ଭିତରେ ଥିବା 'Authenticate User' ଉପରେ କ୍ଲିକ୍‌ କରନ୍ତୁ ।

ଷ୍ଟେପ-6: ସେଠାରେ ଆପଣ PAN କାର୍ଡ ଏବଂ ଆଧାର କାର୍ଡ ବା VID ଅପସନ ଦେଖିବେ।
ଷ୍ଟେପ-7: ଆପଣ ପ୍ୟାନ୍‌ କିମ୍ବା ଆଧାରର ଯେକୌଣସି ଅପସନ ଉପରେ କ୍ଲିକ୍ କରି ସରକାରୀ ଡକ୍ୟୁମେଣ୍ଟ ସହିତ ଆପଣଙ୍କର ଆକାଉଣ୍ଟ ଯାଞ୍ଚ କରିପାରିବେ ।
ଷ୍ଟେପ-8: ଯଦି ଆପଣ ପ୍ୟାନ୍‌ କାର୍ଡ ଚୟନ କରନ୍ତି, ତେବେ ଆପଣଙ୍କୁ ଆପଣଙ୍କର ପ୍ୟାନ୍‌ ନମ୍ବର ଦେବାକୁ ପଡ଼ିବ । ଅନ୍ୟପଟେ, ଯଦି ଆପଣ ଆଧାର କାର୍ଡର ଅପସନ ବାଛନ୍ତି, ତେବେ ଆପଣଙ୍କୁ ଆଧାର ନମ୍ବର ଦେବାକୁ ପଡ଼ିବ ।
ଷ୍ଟେପ-9: ଏହାପରେ ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ। ଆପଣଙ୍କୁ ସେହି OTP ପ୍ରବେଶ କରିବାକୁ ପଡ଼ିବ ଏବଂ ଏହାପରେ ଆପଣଙ୍କର IRCTC ଆକାଉଣ୍ଟ ପ୍ରମାଣିତ ହୋଇଯିବ।
ଷ୍ଟେପ-10: ଏହାପରେ ଆପଣ ସ୍କ୍ରିନରେ ପ୍ୟାନ୍‌ ଓ ଆଧାର କାର୍ଡ ସହିତ ସଫଳତାପୂର୍ବକ ପ୍ରାମାଣିକରଣ ହେବା ନେଇ ଏକ ନୋଟିଫିକେସନ ପାଇବେ । ଏହାପରେ ଆପଣ ଆପ୍‌ ମାଧ୍ୟମରେ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ ।
ଭାରତୀୟ ରେଳବାଇର ନୂଆ ନିୟମ

ରେଳବାଇ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାୟାଇଛି । ଏବେ ଟିକେଟ୍‌ ବୁକିଂ କରିବା ଲାଗି ରେଳବାଇର ଅଧିକୃତ ଏଜେଣ୍ଟମାନଙ୍କ ଲାଗି ତତ୍କାଳ ୱିଣ୍ଡୋ ଖୋଲିବାର ସମୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ AC କୋଚ୍‌ ଲାଗି ୱିଣ୍ଡୋ 10.00ଟାରେ ଖୋଲୁଥିବାବେଳେ ଏବେ 10.30ଟାରେ ଖୋଲିବ । ସେହିପରି ସ୍ଲିପର କୋଚ୍‌ ଲାଗି ୱିଣ୍ଡୋ ପୂର୍ବାହ୍ନ 11ଟା ପରିବର୍ତ୍ତେ 11.30ଟାରେ ଖୋଲିବ । ମାତ୍ର ସାଧାରଣ ଜନତା ପୂର୍ବ ସମୟ ଅନୁଯାୟୀ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+