Get Updates
Get notified of breaking news, exclusive insights, and must-see stories!

ସମ୍ବିଧାନ ଓ ତ୍ରିରଙ୍ଗାର ବିରୋଧୀ ହେଉଛି ଆରଏସଏସ୍‌: ଅସ୍‌ଦୁଦ୍ଦିନ ଓୱେସି

ହାଇଦ୍ରବାଦ: ମୋଦି ସରକାରଙ୍କ ଉବରେ ବର୍ଷିଲେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସ୍‌ଦୁଦ୍ଦିନ ଓୱେସି । କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍‌)ର କାର୍ଯ୍ୟକଳାପରେ ଅଂଶଗହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସ୍‌ଦୁଦ୍ଦିନ ଓୱାଇସି କହିଛନ୍ତି, ଯଦି କୌଣସି ସରକାରୀ କର୍ମଚାରୀ ଆରଏସ୍‌ଏସ୍‌ର ସଦସ୍ୟ ତେବେ ସେ ଦେଶ ପ୍ରତି ବିଶ୍ୱସ୍ତ ହୋଇପାରିବେ ନାହିଁ ।

ଏହାର କାରଣ ହେଉଛି ଆରଏସ୍‌ଏସ୍ ସମ୍ବିଧାନ ଏବଂ ତ୍ରିରଙ୍ଗାର ବିରୋଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରି ଓୱାଇସି କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ କାର୍ଯ୍ୟାଳୟ ସ୍ମାରକପତ୍ର ବାଣ୍ଟିଛନ୍ତି । ଏଥିରେ ସରକାରୀ କର୍ମଚାରୀଙ୍କ ଆରଏସ୍‌ଏସ୍ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପ୍ରତିବନ୍ଧକକୁ ହଟାଇବା ନେଇ ଚର୍ଚ୍ଚା ଚାଲିଛି ।

Asaduddin Owaisi

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଅଫିସ ସ୍ମାରକପତ୍ର ବାଣ୍ଟିବାବେଳେ ଓୱାଇସି କହିଛନ୍ତି, ଯଦି ଏହି କଥା ସତ ତେବେ ଏହା ଭାରତର ଅଖଣ୍ଡତା ଏବଂ ଏକତା ବିରୋଧ ଅଟେ । ସେ ଆହୁରି କହିଛନ୍ତି 'ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଂଗୀତ ଗ୍ରହଣ କରିବାକୁ ମନା କରିବାରୁ ଆରଏସ୍‌ଏସ୍‌କୁ ବାରଣ କରାଯାଇଥିଲା ।

ପ୍ରତ୍ୟେକ ଆରଏସ୍‌ଏସ୍ ସଦସ୍ୟ ହିନ୍ଦୁତ୍ୱକୁ ଦେଶ ଉପରେ ରଖିବା ପାଇଁ ଶପଥ ନେଇଛନ୍ତି । ଯଦି କୌଣସି ସରକାରୀ କର୍ମଚାରୀ ଆରଏସ୍‌ଏସ୍‌ର ସଦସ୍ୟ ଅଟନ୍ତି ତେଣୁ ସେ ଦେଶ ପ୍ରତି ବିଶ୍ୱସ୍ତ ହୋଇପାରିବେ ନାହିଁ ଓୱେସି ଦୃଢ଼ୋକ୍ତି ବାଢ଼ିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+