ସାହସିକତା ପାଇଁ ସୌର୍ଯ୍ୟଚକ୍ର ପାଇଲେ ଓଡ଼ିଆ ପୁଅ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନ କରିଛନ୍ତି । ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ନୌସେନାରେ କାର୍ଯ୍ୟରତ ଅଛନ୍ତି ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ।

ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜନ କରାଯାଇଥିଲା । ଏହି ଅବସରରେ ସେନାବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।












Click it and Unblock the Notifications