ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି। ଗତ ଜାନୁୟାରୀ ୨୦ ତାରିଖରେ ସଂସ୍ଥାର ୪ ଲକ୍ଷ ୫୨ ହଜାର ୮୩୯ ଜଣ ଏଜେଣ୍ଟ ଦେଶବ୍ୟାପୀ ମୋଟ ୫ ଲକ୍ଷ ୮୮ ହଜାର ୧୦୭ଟି ପଲିସି ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଯେଉଁଥିପାଇଁ ସଂସ୍ଥା ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି ବୋଲି ଶନିବାର ଏଲଆଇସି ପକ୍ଷରୁ କୁହାଯାଇଛି।

ଏଲଆଇସିର ପରିଚାଳନା ନିର୍ଦେଶକ ତଥା ସିଇଓ ସିର୍ଦ୍ଧାର୍ଥ ମହାନ୍ତି ସମସ୍ତ ଏଜେଣ୍ଟକୁ ଅନୁରୋଧ କରି ଜାନୁୟାରୀ ୨୦ ମ୍ୟାଡ୍ ମିଲିଅନ ଡେ' ଅବସରରେ ଅତିକମରେ ଗୋଟିଏ ପଲିସି କରିବାକୁ କହିଥିଲେ। ଯାହାଫଳରେ ସଂସ୍ଥା ଏକ ବଡ଼ ସଫଳତା ହାସଲ କରିପାରିଥିଲା ବୋଲି ଏଲଆଇସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।












Click it and Unblock the Notifications