Get Updates
Get notified of breaking news, exclusive insights, and must-see stories!

LGBTQ:ସମଲିଙ୍ଗୀ ବିବାହକୁ ବିରୋଧ କଲା କେନ୍ଦ୍ର

ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରଣାଳୟ କହିଛି ଯେ, ଭାରତରେ ପରିବାରର ଧାରଣା ହେଉଛି ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ସନ୍ତାନ । ସମଲିଙ୍ଗୀ ବିବାହ ଗ୍ରହଣୀୟ ନୁହେଁ ।

LGBTQ

LGBTQ: ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ କେନ୍ଦ୍ର କହିଛି ଯେ, ଏକାଠି ରହୁଥିବା ସମଲିଙ୍ଗୀ ପାର୍ଟନରମାନେ କୌଣସି ଅପରାଧ କରୁ ନାହାଁନ୍ତି ହେଲେ ଏହା ଭାରତୀୟ ପରିବାରିକ ବ୍ୟବସ୍ଥା ବିରୁଦ୍ଧରେ । ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଥିଲେ। ଏହା ସହିତ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଆବେଦନ ନିଜ ପାଖକୁ ହସ୍ତାନ୍ତର କରାଇନେଇଥିଲା ।

ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେଇଥିବା ଆବେଦନକୁ ବିରୋଧ କରିବା ସହ ସୁପ୍ରିମକୋର୍ଟରେ ଏକ ସତ୍ୟପାଛ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଛି କେନ୍ଦ୍ର । କେନ୍ଦ୍ର ଆଇନ ମନ୍ତ୍ରଣାଳୟ କହିଛି ଯେ, ଭାରତରେ ପରିବାରର ଧାରଣା ହେଉଛି ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ସନ୍ତାନ। ସମଲିଙ୍ଗୀ ବିବାହ ବା ସମ୍ପର୍କ ଭିନ୍ନ ବର୍ଗ ଯାହାକୁ ସହଜରେ ଭାରତୀୟ ପରିବାର ସହ ସମାନ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ବିଭିନ୍ନ ଧର୍ମର ପରମ୍ପରା ଏହି ପ୍ରକାର ବିବାହକୁ ଗ୍ରହଣ କରୁ ନାହିଁ ।

କେନ୍ଦ୍ର ସରକରା ୫୬ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସେମାନଙ୍କ ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତା ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଆବେଦକୁ ଖାରଜ କରାଯିବା ଉଚିତ କାରଣ ଆଇନ ଅନୁଯାୟୀ ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଯାଇ ପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+