ଜମ୍ମୁରେ ପ୍ରଥମ ଥମ ପାଇଁ ଉଦଘାଟନ ହେଲା ମଲ୍ଟିପ୍ଲେକ୍ସ
ଜମ୍ମୁରେ ପ୍ରଥମ ଥମ ପାଇଁ ଉଦଘାଟନ ହେଲା ମଲ୍ଟିପ୍ଲେକ୍ସ। ଏହାର ଉଦଘାଟନ କଲେ ମନୋଜ ସିହ୍ନା ।
ଶ୍ରୀନଗର: ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ 30 ବର୍ଷ ପରେ ଜମ୍ମୁ-କାଶ୍ମୀରରେ ପୁଣି ଫେରିଲା ସିନେମା ହଲ । ଆଜି କଶ୍ମୀରରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ସିନେମା ହଲର ଉଦଘାଟନ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଏଥିରେ ପ୍ରଥମେ ଅମିର ଖାନଙ୍କ ଅଭିନୀତ ଫିଲ୍ମ ଲାଲ ସିଂ ଚଡ୍ଡା ପ୍ରଦର୍ଶିତ ହେବ । ଏତେ ବର୍ଷର ବ୍ୟବଧାନ ପରେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ ।

ଜାମ୍ମୁ- କାଶ୍ମୀରରେ ଧାରା 370 ରଦ୍ଦ ହେବା ପରେ ସରକାର ସିନେମା ଏବଂ ଚଳଚ୍ଚିତ୍ର ସଂସ୍କୃତିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଛନ୍ତି। ପୁଣି ଥରେ ଜମ୍ମୁକାଶ୍ମୀରବାସଙ୍କୁ ମିଳିବ ମନୋରଞ୍ଜନର ଖୋରାକ । ଉଦଘାଟନ ପରେ ମଲ୍ଟିପ୍ଲେକ୍ସ ମାଲିକ ଡି ପି ଧର କହିଛନ୍ତି, ''90 ଦଶକ ପରେ କଶ୍ମୀରବାସୀ ପୁଣି ସିନେମା ଦେଖିବେ । ମନୋରଞ୍ଜନର ଅନୁଭୁତି ନେବେ । 30 ବର୍ଷ ଧରି ହରାଇଥିବା ମନୋରଞ୍ଜନ ପୁଣି ଫେରି ପାଇବେ ।''












Click it and Unblock the Notifications