ବିଶ୍ୱ ଗଠନର ଆଧାର ହେଉ ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା: ରାଷ୍ଟ୍ରପତି
ଭାରତ ଦାରିଦ୍ର୍ୟ ଓ କ୍ଷୁଧାରୁ ମୁକ୍ତି ଏବଂ ଯୁବବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ବିଶ୍ୱ ସମ୍ମୁଖରେ ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ ମଙ୍ଗଳବାର ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଆୟୋଜିତ ମାନବାଧିକାର ଦିବସ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ୫ ହଜାର ବର୍ଷରୁ ଅଧିକ ସମୟର ସଭ୍ୟତା ଓ ଐତିହ୍ୟ ସହିତ ଭାରତ ଦୀର୍ଘ ଦିନ ଧରି ସହାନୁଭୂତି, କରୁଣା ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମୁଦାୟ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ପରସ୍ପର ସହ ଜଡ଼ିତ ମୂଲ୍ୟବୋଧକୁ ବଜାୟ ରଖିବାରେ ସଫଳ ହୋଇଛି। ଜାତୀୟ ମାନବାଧିକାର ଆୟୋଗ ଏବଂ ନ୍ୟାୟପାଳିକା ଓ ପ୍ରମୁଖ ସହଭାଗିଙ୍କ ସମେତ ଅନ୍ୟାନ୍ୟ ଆୟୋଗଙ୍କ ପ୍ରୟାସକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ନ୍ୟାୟ ଏବଂ ମାନବୀୟ ମର୍ଯ୍ୟାଦା ସମ୍ପନ୍ନ ସମାଜ ଆଧାରିତ ବିଶ୍ୱ ଗଠନରେ ଯୋଗଦାନ ନିମନ୍ତେ ଆହ୍ୱାନ ଦେଇଛନ୍ତି।












Click it and Unblock the Notifications