ବାଘ ଭୟରେ ୱାର୍କ ଫ୍ରମ୍ ହୋମ୍, ବଦଳିଲା TCS କର୍ମଚାରୀଙ୍କ ଟାଇମିଂ
ମଧ୍ୟପ୍ରଦେଶ: ବାଘ ଭୟରେ ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ମିଳିଥିବା ବେଳେ ଟିସିଏସ୍ କର୍ମଚାରୀଙ୍କ ଟାଇମିଂ ପରିବର୍ତ୍ତନ କରାଯାଇଛି । ଏପିରି ଘଟଣା ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ତରଫରୁ କର୍ମଚାରୀ ନୋଟିସ୍ ଜାରି କରାଯାଇଛି ।
ଇନଫୋସିସରୁ ମିଳିଥିବା ନୋଟିସ୍ ଅନୁସାରେ, କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଛି ସେହିପରି TCSରେ କାମ କରୁଥିବା କର୍ମଚାରୀଙ୍କର ଅଫିସ ଆସିବା ଏବଂ ଛାଡିବା ସମୟ ପରିବର୍ତ୍ତନ କରାଯାଇଛି । ଯେଉଁମାନେ ସକାଳେ ଅଫିସ ଆସୁଛନ୍ତି ସେମାନଙ୍କୁ ସଂଧ୍ୟା ହେବା ପୂର୍ବରୁ ଅଫିସ୍ ଛାଡିବା ପାଇଁ କୁହାଯାଇଛି ସେହିପରି ଯେଉଁମାନେ ନାଇଟ୍ ସିଫ୍ଟରେ ଅଫିସ ଆସୁଛନ୍ତି ସେମାନଙ୍କୁ ରାତି ହେବା ପୂର୍ବରୁ ଅଫିସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଅନୁସାରେ, ମଙ୍ଗଳବାର ଦିନ ଇନ୍ଦୋର ସ୍ଥିତ ସୁପର କରିଡରରେ ଏକ କଲରାପତରିଆ ବାଘକୁ ବୁଲୁଥିବାର ଦେଖିବା ପାଇଁ ମିଳିଥିଲା ଯାହା ପରେ ସବୁ ଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା ଯାହା ପରେ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଛି ଏବଂ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଏବଂ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି ।












Click it and Unblock the Notifications