ବିଜେପି ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ ଦଳ ଭିତରେ....
ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ପୁଣିଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ବିଜେପି ଏକ ରାଜନୈତିକ ଦଳ ହୋଇ ରହିନାହିଁ । ରାଜ୍ୟ ବିଜେପିରେ କ'ଣ ଘଟୁଛି ତାହାକୁ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଯାଉ ନାହିଁ । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନ୍ଧାରରେ ରଖାଯାଉଛି ।
ଦଳ ଭିତରେ ନେତୃତ୍ୱଙ୍କ ମଧ୍ୟରେ ଏକତା ନାହିଁ । ନିଜ ନିଜ ଭିତରେ ସଂସଦୀୟ କ୍ଷେତ୍ର ଭାଗ ବଂଟା ହୋଇ ଲଢ଼େଇ ଚାଲିଛି । ଦଳରେ ଶତପ୍ରତିଶତ କାମ କରୁଥିବା କର୍ମୀଙ୍କ ସ୍ଥାନ ନାହିଁ । କି କାମ କରିବାର କୌଣସି ସୁଯୋଗ ନାହିଁ । ତେଣୁ ବିଜେପି ଛାଡ଼ି ବିଜେଡିରେ ମିଶିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ସୂଚନା ଯୋଗ୍ୟ ଯେ, ଦିନକ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ବିଜେଡିରେ ଯୋଗ ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଥିଲେ । ଲେଖାଶ୍ରୀ ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ । ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ ।
ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ । ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଥିଲେ ଲେଖାଶ୍ରୀ ।












Click it and Unblock the Notifications