ସ୍ଵରର ସମ୍ରାଜ୍ଞୀ ଭରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ, ସମଗ୍ର ଦେଶରେ ଶୋକର ଛାୟା
ମୁମ୍ବାଇ: ସ୍ଵରର ସମ୍ରାଜ୍ଞୀ ଭରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ । ରବିବାର ସକାଳ 8.12 ମିନିଟରେ ଯେତେବେଳେ ଏହି ଦୁଖଦ ସମାଚାର ଆସିଲା, ସମଗ୍ର ଭାରତର ହୃଦ ସ୍ପନ୍ଦନ ସତେ ଯେପରି ଅଟକି ଗଲା। ସଙ୍ଗୀତ ଜଗତର ସାକ୍ଷାତ ମା ସରସ୍ଵତୀଙ୍କ ସ୍ୱରୂପ ଭାବରେ ପରିଗଣିତ ଲତା ମଙ୍ଗେସକରଙ୍କ ପ୍ରତିଭା ବର୍ଣନା ଯେତେ କଲେ ବି କମ ମନେ ହେବ ।

ଭାରତୀୟଙ୍କ ହୃଦୟରେ ନିଜର ସ୍ଵର ମାଧ୍ୟମରେ ସ୍ପନ୍ଦନ ଭାବରେ ସ୍ଥାନିତ ହୋଇଥିବା ଲତା ଦିଦିଙ୍କ ନିଧନ ସଙ୍ଗୀତ ଜଗତର ସବୁଠାରୁ ବଡ କ୍ଷତି।












Click it and Unblock the Notifications