ତୁରନ୍ତ ଇରାନ ଛାଡ଼ି ଚାଲିଆସ ,ନିର୍ଦ୍ଦେଶ ଦେଲେ ଭାରତ ସରକାର
ଇରାନର ଖରାପ ପରିସ୍ଥିତି ଭିତରେ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି । ଏଥିରେ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । କୁହାଯାଇଛି ଯେ ସେମାନେ ଇରାନ ଛାଡିବା ପାଇଁ ଯେକୌଣସି ଉପାୟ ବ୍ୟବହାର କରିପାରିବେ ।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ ଇରାନରେ ଉପସ୍ଥିତ ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯଥାଶୀଘ୍ର ବିମାନ କିମ୍ବା ଅନ୍ୟ ଉପାୟରେ ଚାଲିଯିବା ଉଚିତ । ଦୂତାବାସ ନାଗରିକମାନଙ୍କୁ ପ୍ରଦର୍ଶନ କିମ୍ବା ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

ଦୀର୍ଘ ୨୦ ଦିନ ତଳେ ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିକ୍ଷୋଭକାରୀଙ୍କୁ ଇରାନ ସରକାର ହତ୍ୟା କରିବାରେ ଲାଗିଥିଲେ ହେଁ ସେମାନେ ପଛ ଘୁଞ୍ଚା ଦେଉ ନାହାନ୍ତି। ଏହାକୁ ନେଇ ଦେଶ ଭିତରେ ଗୋଟିଏ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବିବାଦ ଚରମସୀମାରେ ପହଞ୍ଚି ଥିବା ବେଳେ ଏବେ ଭାରତୀୟମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଇରାନରେ ଥିବା ଭାରତୀୟମାନଙ୍କୁ ବିକ୍ଷୋଭ ହେଉଥିବା ସ୍ଥାନରୁ ଦୂରେଇ ରହିବା ସହ ସହ ତେହରାନ ସ୍ଥିତ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି। ସେହିପରି ସମସ୍ତଙ୍କୁ ଯାତ୍ରା ଓ ପରିଚୟ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।
ଯେଉଁ ଭାରତୀୟମାନେ ଦୂତାବାସ ନିକଟରେ ନିଜର ପଞ୍ଜିକରଣ କରି ନାହାନ୍ତି, ସେମାନଙ୍କୁ ତୁରନ୍ତ ଏପରି କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପ୍ରକାରର ସହାୟତା ଓ ସୂଚନା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।
ଇରାନର ମୁଦ୍ରାସ୍ଫୀତି ଦୁଇ ସଂଖ୍ୟାରେ ପହଞ୍ଚିଥିବା ବେଳେ ମୁଦ୍ରା ରସାତଳକୁ ଖସି ଯାଇଛି। ଦେଶର ଆର୍ଥିକ ସ୍ଥିତି ପୂରା ବିଗିଡ଼ି ଯାଇଥିବାରୁ ଇରାନବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଖାମେନେଇ ସରକାରକୁ ବଦଳାଇବା ଜିଦରେ ୨୦ ଦିନ ହେଲା ବିକ୍ଷୋଭ ଜାରି ରଖିଛନ୍ତି। ଦେଶର ପ୍ରାୟ ୨୮୦ଟି ସ୍ଥାନରେ ସରକାର ବିରୋଧରେ ଆନ୍ଦୋଳନ ଚାଲିଛି।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications