ସୁସ୍ଥ ରହିବା ପାଇଁ ୧୦ ଟି ଗୁରୁମନ୍ତ୍ର, ଜାଣନ୍ତୁ କଣ କଣ ?

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଏବେ ସମସ୍ତେ ଯତ୍ନବାନ । ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। ଆମେ ଅନେକ ସମୟରେ କାର୍ଯ୍ୟବ୍ୟସ୍ତତା କିମ୍ବା ଅଭ୍ୟାସ ଯୋଗୁଁ ଅନେକ ଲୋକ ସକାଳ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ହେଲେ ଡାକ୍ତରଙ୍କ କହିବା କଥା ସକାଳ ଜଳଖିଆ କେବେ ହେଲେ ଛାଡ଼ିବା କଥା ନୁହେଁ । କାରଣ ଏହା ଶରୀର ପାଇଁ ନିହାତି ଜରୁରୀ । ଯଦି ଆପଣ ସକାଳ ଜଳଖିଆ ଖାଉ ନାହାନ୍ତି, ଏହାର ଏକାଧିକ କୁପ୍ରଭାବ ରହିଛି । କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି...

health tips

* ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
* ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
* ଅଟାରେ ଅଳ୍ପ ଚୋକଡ଼ ରଖି, ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
* ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
* ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
* ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
* ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
* ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
* ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
* ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+