ଜେଲରେ ଥାଇ ଜିତିଗଲେ ନେତା, ବାହୁବଳୀ ନେତା ଅନନ୍ତ ସିଂ

ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ଅକଳ୍ପନୀୟ ବିଜୟ ମିଳିଛି । ଏବେ ସୁଦ୍ଧା ଭୋଟ ଗଣତିରେ ଏନଡିଏକୁ ୨୦୩-୨୦୪ ଆସନ ମିଳୁଛି । ବିଧାନସଭା ନିର୍ବାଚନରେ ଚଳିତ ଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ମୋକାମା ବିଧାନସଭା ଆସନରେ ପୁଣି ଜେଡିୟୁର ଅନନ୍ତ ସିଂହ ବିଜୟ ପତାକା ଉଡାଇଛନ୍ତି । ଦୁଲାରଚନ୍ଦ ଯାଦବ ହତ୍ୟାକାଣ୍ଡ ମାମଲାରେ ଜେଲରେ ବନ୍ଦୀ ରହିବା ସତ୍ତ୍ୱେ ଅନନ୍ତ ପ୍ରାୟ ୨୯ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

​​​​

Anant Singh

ନିର୍ବାଚନରେ ଅନନ୍ତ ସିଂହ ଜେଡିୟୁ ଟିକଟରେ ମୈଦାନକୁ ଓହ୍ଲାଇଥିଲେ ଓ ଭୋଟିଂର ଠିକ୍ ପୂର୍ବରୁ ହତ୍ୟାକାଣ୍ଡରେ ତାଙ୍କ ନାଁ ଯୋଡ଼ି ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଏହି ବିଜୟରୁ ଅନନ୍ତ ସିଂହ ପ୍ରମାଣିତ କରିଦେଇଛନ୍ତି ଯେ ସେ ଜେଲରୁ ରୁହନ୍ତୁ କି ବାହାରେ ମୋକାମାରେ ତାଙ୍କର ହିଁ ରାଜ ରହିବ ।

ମୋକାମା ଆସନରେ ଜେଡିୟୁ ଅନନ୍ତ ସିଂହଙ୍କୁ ଓହ୍ଲାଇଥିବା ବେଳେ ବିରୋଧୀ ଆରଜେଡି ବାହୁବଳୀ ସୂରଜଭାନ ସିଂହଙ୍କ ପତ୍ନୀ ବୀଣା ଦେବୀଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟପଟେ ଜନ ସୁରାଜ ପ୍ରିୟଦର୍ଶୀ ପୀୟୂଷଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନରେ ଅନନ୍ତ ସିଂହଙ୍କ ସୁନାମୀ ଅନ୍ୟ ସବୁ ପ୍ରାର୍ଥୀଙ୍କୁ ଭସାଇ ନେଇଛି । ଜେଲ୍ ଯିବା ସମୟରେ ଅନନ୍ତ ସିଂହ କହିଥିଲେ ଯେ ଏବେ ନିର୍ବାଚନ ମୋକାମାର ଜନତା ଲଢିବେ । ଏବେ ଜନତା ତାଙ୍କର ଏହି ବୟାନକୁ ସତ ପ୍ରମାଣିତ କରି ମୋକାମାରୁ ବିଜୟୀ କରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+