କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା, ଦାୟିତ୍ୱ ନେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

Sukhdev Singh Gogamedi Shot Dead: ମଙ୍ଗଳବାର ଦିନ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମଙ୍ଗଳବାର ଦିନ ଦେଢଟା ବେଳେ ଜୟପୁର ସ୍ଥିତ ତାଙ୍କ ବାସଭବନରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରେ ପଶି ଗୋଗାମେଡିଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଯାହାର ଦାୟିତ୍ୱ ବର୍ତ୍ତମାନ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ରୋହିତ ଗୋଦାରା ନେଇଛନ୍ତି ରୋହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହତ୍ୟା କରାଯିବା କାରଣ ମଧ୍ୟ ପ୍ରକାଶ କରିଛନ୍ତି।

ଗୋଗାମେଡି ହତ୍ୟା ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୁଳି ବିନିମୟରେ ସୁଖଦେବ ସିଂଙ୍କ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ନବୀନ ସିଂ ଶେଖୱାତ ନାମକ ଆକ୍ରମଣକାରୀର କ୍ରସଫାୟାରିଙ୍ଗରେ ମୃତ୍ୟୁ ହୋଇଛି ।

 Sukhdev Singh

ରୋହିତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ରାମ ରାମ ସମସ୍ତ ଭାଇଙ୍କୁ, ମୁଁ ରୋହିତ ଗୋଦାରା କପୁରସରୀ, ଗୋଲ୍ଡି ବରାଡ ଭାଇମାନେ, ଆଜି ସୁଖଦେବ ଗୋଗାମେଡିଙ୍କ ହତ୍ୟା ପାଇଁ ଆମେ ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛୁ, ଆମେ ଏହି ହତ୍ୟା କରିଛୁ । ସେ ଆହୁରି କହିଛନ୍ତି ଯେ, ସେ ଅର୍ଥାତ୍ ସୁଖଦେବ ଗୋଗାମେଡି ଆମେ ଶତ୍ରୁ ମାନଙ୍କ ସହ ମିଶି ଆମେ ବିରୋଧରେ ଷଡଜନ୍ତ୍ର କରୁଥିଲା ତାଙ୍କୁ ସହଯୋଗ କରୁଥିଲା, ସେ ସେମାନଙ୍କୁ ମଜବୁତ କରିବା ପାଇଁ ଚେଷ୍ଟା କରୁଥିଲା ଏବଂ ବର୍ତ୍ତମାନ ଆମ ଶତ୍ରୁମାନଙ୍କ ପାଳି ।

ସେପଟେ, ରାଜପୁତ ସମ୍ପ୍ରଦାୟର ସଦସ୍ୟମାନେ ଜୟପୁରର ଏକ ଡାକ୍ତରଖାନା ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସୁଖଦେବ ସିଂ ଗୋଗାମେଡିଙ୍କ ମୃତଦେହ ଡାକ୍ତରଖାନା ବାହାରେ ରଖାଯାଇଥିଲା । ଏହାସହ ସମର୍ଥକମାନେ ମଧ୍ୟ ପୋଲିସ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+